ଟିକେ ଟିକେ କଥାରେ ମୁହଁ ଫୁଲେଇ ଦଉଛ ..
ପୂର୍ବ ଜନ୍ମରେ ବେଲୁନ୍ ଥିଲ କି?
କାହା ଦେହର ଲୁଗା ଖୋଲିବା ପ୍ରକୃତ ପ୍ରେମ ନୁହଁ ବରଂ
କାହା ଦେହରେ ଲୁଗା କୁ ସମ୍ଭାଳି ରଖିବା ହେଉଛି ପ୍ରକୃତ ପ୍ରେମ l
ଦୁନିଆରେ ସବୁଠାରୁ ଭୟଙ୍କର ରୂପ ହେଉଛି ଚିହ୍ନା ମଣିଷର ଅଚିହ୍ନା ରୂପ l
ବାସ୍ତବତା କଷ୍ଟ ଦିଏ....
ସେଥିପାଇଁ ତ ସ୍ବପ୍ନ ସଭିଙ୍କୁ ସୁନ୍ଦର ଲାଗେ l
ପ୍ରତି ମୁହୁର୍ତରେ ରଙ୍ଗ ବଦଳାଉଛି ଏ ଦୁନିଆ...
ଆଉ ଲୋକେ ପଚାରୁଛନ୍ତି ହୋଲି କେବେ ପଡୁଛି l
କଲମ ଯେତେ ଦାମୀ ହେଉ ନା କାହିଁକି କାଳି ନଥିଲେ ସେ ମୂଲ୍ୟ ହୀନ,
ସେମିତି ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି,ସଂସ୍କାର ଆଉ ବ୍ଯବହାର ନଥିଲେ ସେ ଶିକ୍ଷା ବି ମୂଲ୍ୟ ହୀନ।।
ରାଜା ହେଉ କି ଭିକାରୀ ,
ଅଭିମାନୀ ହେଉ କି ଅହଂକାରୀ,
ସବୁର ଅନ୍ତ ମଶାଣୀ l
ମଣିଷ ସମୟ ପାଖରେ ହାରି ନଥାଏ, ମଣିଷ ହାରିଥାଏ ଅଭିନୟ ପାଖରେ....
କାରଣ କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଏମିତି ଅଭିନୟ କରନ୍ତି ଯେ ତାଙ୍କୁ ବୁଝିବା ବହୁତ କଷ୍ଟ କର l
କାହାକୁ fool ବନେଇବା ପାଇଁ ଏପ୍ରିଲ ମାସକୁ କଣ ଅପେକ୍ଷା କରିବ... ଏଠି ତ ପୁରା ଜୀବନ ଟା ହିଁ ଏପ୍ରିଲ fool ଭଳି କଟୁଛି l