"ମୋର ବି ଜୀବନ ଅଛି!! କିନ୍ତୁ ସେ ଜୀବନ ସ୍ଥିର..."-ଖେଳନା
ତୋ ହୃଦୟ ପଥରର
କେବେ ତରଳିବାର ନାହିଁ...
ମୋର କିନ୍ତୁ ବରଫ ହୃଦୟ
ଭାଙ୍ଗିଯାଏ...ତରଳେ...
ବାରମ୍ବାର ଋତୁ ବଦଳିଲେ....
୭୧-ଶୁଣଲଣି ବାହାରେ ଅଝଟିଆ ବର୍ଷାର ନୁପୁରର ସ୍ବର...
୬୨-ହଁ,ସେଇଠୁ କ'ଣ ହେଲା ?
୭୧-ଚାଲନା ଟିକେ ବର୍ଷାରେ ଭିଜିବା..ଅତୀତକୁ ମନେ ପକେଇବା...
୬୨-ଥାଉ.. ମୁଁ ଏବେ ଚୁଟି କଲର କରିଛି।
୭୧-😩
ତୁମେ ଜହ୍ନ.. ମୁଁ ଅଶାନ୍ତ ସାଗର...
ତୁମେ ବର୍ଷା... ମୁଁ ଚାତକର ଓଠ...!!
ତୋ ଆଖିରେ ନିଆଁ ଜଳେ...ଟୋପା ଟୋପା ଲୁହରେ....
ମୁଁ ମାଟି କାହା ପାଇଁ...ତୁଚ୍ଛ ଆଉ ତୁଚ୍ଛ..
କାହା ପାଇଁ ମୃଣ୍ମୟୀ ଯୌବନ!!!
ସମୟ:ହାତ ମୁଠାରେ ଧରା ପଡ଼ୁନଥିବା କିଛିଗୋଟେ
ବୃକ୍ଷ:ଶତୃ ମିତ୍ର ବିଚାର ନକରି ନିଜର ସକଳ ଦାନ କରିଚାଲିଥିବା ଦେବତା....
ଗୀତ:ହୃଦୟର ସବୁଠୁ ଖୋଲା କଥା
ମନକୁ ବାନ୍ଧିବାର ଦଉଡ଼ି...
ସୁନ୍ଦରୀ ଶବ୍ଦମାନଙ୍କର ଗୋଟେ ଗହଳି।