Rajabala Tripathy
Literary Brigadier
AUTHOR OF THE YEAR 2019 - NOMINEE

161
पोस्ट
186
फोल्लोवेर्स
3
फॉलोविंग

Joint Secretary, Humanist Rationalist Organization Odisha

दोस्तों से साझा करें
Earned badges
See all

ସେ ରାକ୍ଷୀର ସୁତାଟିଏ ହେଉ ବା ସାବିତ୍ରୀ ବ୍ରତର ଉପବାସ, ହେଉ ଅବା ପୁଅ ଜୀଉନ୍ତିଆର ମାନସିକ, ସୁଯୋଗ ଉଣ୍ଡି ପୁରୁଷ ସହ ନିଜର ଅର୍ଧେକ ଆୟୁଷ ବାଣ୍ଟି ଦେବାର କାମନା କରି ବସେ ନାରୀଟିଏ। ହେଲେ ନାରୀଟିକୁ ନିଜର ଆୟୁଷରୁ କଣିଚାଏ ବି ଦେବାକୁ ପୁରୁଷ କେବେ ଚାହିଁ ନାହିଁ, ଏମିତି କାହିଁକି....... ରାଜଵାଳା

ତୁମେ ଯଦି କେବେ ଖୁସିକୁ ଖୋଜି ପାଇଛ, ତେବେ ପୃଥିବୀର କୋଣ ଅନୁକୋଣରେ ଅନାୟାସରେ ତୁମକୁ ଖୁସି ହିଁ ଖୁସି ଦେଖାଯିବ।😊 ରାଜବାଳା...

ଯେଉଁମାନଙ୍କର ନିଜ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଧୈର୍ଯ୍ୟ ବା ସାହସ ନ ଥାଏ ସେମାନେ ସାମୟିକ,ଭାବରେ ଏସବୁରୁ ବଞ୍ଚିବା ପାଇଁ ନିଶାର ସାହାଯ୍ୟ ନିଅନ୍ତି, ହେଲେ କିଛି ଲାଭ ହୁଏନା।କେବଳ ଆଉ ଏକ ନୂଆ ସମସ୍ୟା ଯୋଡା ହୁଏ ସେମାନଙ୍କ ଜୀବନର। ଏଇ କଥାଟି ଈଶ୍ୱର ଓ ଧର୍ମ ବିଶ୍ୱାସ ପାଇଁ ମଧ୍ୟ ପ୍ରଯୁଜ୍ୟ

ନାରୀର ଇତିହାସ ଅବହେଳା, ପକ୍ଷପାତିତା ତଥା ଭେଦଭାବର ଇତିହାସ......

ପୁରୁଷ ଓ ନାରୀ ମଧ୍ୟରେ ଥିବା ଲିଙ୍ଗଗତ ବୈଷମ୍ୟ ପ୍ରାକୃତିକ ନୁହେଁ । ଏହା ସାମାଜିକ ପ୍ରତିପାଳନ ଯୋଗୁ ସୃଷ୍ଟି ହୋଇଥାଏ... ଇଭା ଫିଗଲ

ନାରୀଟିଏ ଜନ୍ମ ହୁଏ ନାହିଁ... ସମାଜ ଦ୍ଵାରା ନିର୍ମିତ ହୁଏ.... ସାଇମନ ଡି ଵିଉଭଏର

ପ୍ରାକୃତିକଶକ୍ତି ପ୍ରତି ଭୟ ଥିଲା ଆଦି ମାନବର ଧର୍ମବିଶ୍ୱାସର ମୌଳିକ ଭିତ୍ତିଭୂମି।କାରଣ ପ୍ରାକୃତିକ ଘଟଣାଗୁଡିକୁ ବୁଝିବା ପାଇଁ ସେତେବେଳେର ମାନବର ମସ୍ତିଷ୍କ ଉନ୍ନତ ହୋଇନଥିଲା।କିନ୍ତୁ ଆମେ ସଭ୍ୟତାର ଅନେକ ଆଗରେ କିନ୍ତୁ ଧର୍ମଓଈଶ୍ୱର ବିଶ୍ୱାସଯେମିତିକୁ ସେମିତି ଅଛି।ତେବେ ଆମେ କେତେ ଦୂର ବିବର୍ତ୍ତିତ.

ମାତୃତ୍ୱ ଏକ ଅନୁଭବ। କୌଣସି ଲିଙ୍ଗ ସହ ଏହା ସମ୍ପୃକ୍ତ ନୁହଁ। ସେ ନାରୀ ହେଉ ବା ପୁରୁଷ ଅବା ତୃତୀୟ ଲିଙ୍ଗୀ, ଅବିବାହିତ ହେଉ ବା ସନ୍ତାନହୀନ, କେହି ବି ମା ହେଇ ପାରେ। ମା ହେବାର ଯୋଗ୍ୟତା କେବଳ ସ୍ନେହମୟ ହୃଦୟଟିଏ, ବାସ.. ରାଜବାଳା..

ଜୀବନରେ ଥରେ ଖୁସି ହେବା ଶିଖିଗଲେ କୌଣସି ବ୍ୟକ୍ତି ବା ପରିସ୍ଥିତି ତୁମକୁ ଦୁଃଖୀ କରେଇବା ଅସମ୍ଭବ ହୋଇ ପଡିବ। ତା ପରେ ତୁମେ ସାରା ଜୀବନ ସୁରକ୍ଷିତ, ସାରା ଜୀବନ ସୁଖୀ😊.... ରାଜବାଳା


फीड

लाइब्रेरी

लिखें

सूचना
प्रोफाइल