@amit-kumaar-setthii

ଅମିତ୍ କୁମାର ସେଠୀ
Literary Colonel
134
Posts
0
Followers
1
Following

.

Share with friends
Earned badges
See all

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

ମୋ ଦେଶ ମୋ ମାଟି ମୋରି ମାଆ ତାଆ ନାମ ଜପି ଭୁଲେ ଦୁନିଆଁ ତା ପାଣି ପବନ ତା ପରିବେଶ ଦେହେ ଭରେ ମୋର ଅସୀମ ଉଲ୍ଲାସ ତା ଶାଢ଼ୀ ପଣତ ସେ ସବୁଜ ବନ ଦେଖ୍ ଶାନ୍ତି ଲଭେ ମୋର ଏଇ ମନ। ମୁକୁଟ ସଦୃଶ ଉଚ୍ଚ ପରବତ, ବଉଦ ମାଳା ଯେ ମସ୍ତକେ ସଜ୍ଜିତ। ପାଦ ପ୍ରକ୍ଷାଳନେ ବିଶାଳ ସମୁଦ୍ର, ସ୍ବର୍ଣ୍ଣ ରେଣୁ ଭରେ ତନୁରେ ଯେ ରୁଦ୍ର। ସବୁଜିମା ବସ୍ତୁ ଶରୀରେ ତାହାର, କୃଷକ ନିର୍ମିତ ଦିବ୍ୟ ଉପହାର। ପଶୁ ପକ୍ଷୀଙ୍କର ମଧୁର କାକଳି, ପ୍ରିୟ ଜନେ ଏଠି ହୁଅନ୍ତି କୋଳାକୋଳି। ଏଇ ଦେଶ ଏଇ ମାଟି

ଆମେ ଭାଇ ଭାଇ ସାଙ୍ଗ ହୋଇ ସ୍କୁଲ ଯାଉ ସ୍କୁଲରେ ସାଙ୍ଗ ହୋଇ ଖେଳୁ ଏକାଠି ମିଶି ଖେଳୁ ସାଙ୍ଗ ହୋଇ ଏବେ ବି ଭାଇ ତୋ କଥା ମନେ ପଡୁଛି ଭାଇ ଭୁଲି ପାରୁନି ପିଲା ବେଳେରେ ତୋ ସେଇ ଦିନ ଖୁସିକୁ ଏବି ସ୍ମୃତି ରେ ରଖିଛି ଭାଇ ସେ ଦିନ ର ସ୍ମୃତି ଗୋଡ଼ିକ ଭାଇ ତୁ କେବେ ଆଉ ଆସିବୁ ସେଇ ଦିନ ପାଇଁ ମୁଁ ତୋତେ ଅପେକ୍ଷା କରିଛି....

ତୁ ମୋ ଆଖିରେ ଅଛୁ ମୁଁ ତୋ ଆଖିରେ ଅଛି ପ୍ରଥମ ଦିନ ଦେଖାରେ ମୁଁ ତମକୁ ଭଲ ପାଇଗଲି । ମୁଁ ତୋ ସାଥି ଅଛି ମୁଁ ତୋ ମନରେ ଅଛି ମୁଁ ତୁମର ହୋଇଛି ତୁମେ ମୋର ମୁଁ ତୁମ ଆଖିରେ ଅଛି ତୋ ଆଖିରେ ଅଛି

ଅନୁଚିନ୍ତା

ଏପିଜେ ଅବଦୁଲ କଲାମଙ୍କ ମତରେ: "ତୁମର ବନ୍ଧୁ ଜଣେ ସିଦ୍ଧ ବ୍ୟକ୍ତି ହେବ ବୋଲି ଆଶା କର ନାହିଁ । ତୁମ ସାଙ୍ଗକୁ ଜଣେ ସିଦ୍ଧ ବ୍ୟକ୍ତି ହେବାରେ ସାହାଯ୍ୟ କର, ତାହା ହେଉଛି ପ୍ରକୃତ ବନ୍ଧୁତା ।"

ଏପିଜେ ଅବଦୁଲ କଲାମଙ୍କ ମତରେ: "ଗୋଟିଏ ସର୍ବୋତ୍ତମ ପୁସ୍ତକ ଶହେ ଭଲ ସାଙ୍ଗ ସହିତ ସମାନ, ଜଣେ ଭଲ ବନ୍ଧୁ ଲାଇବ୍ରେରୀ ସହିତ ସମାନ।ପୁରୁଣା ବନ୍ଧୁମାନେ ସୁନା, ନୂତନ ବନ୍ଧୁମାନେ ହୀରା, ଯଦି ତୁମେ ହୀରା ପାଇବ, ସୁନାକୁ ଭୁଲିବ ନାହିଁ କାରଣ କେବଳ ହୀରାକୁ ସୁନା ମାଳରେ ସଜାଯାଇ ପାରେ ?"

ଅନେକ ଦିନ ତଳର କଥା ଥରେ ମହର୍ଷି ବ୍ୟାସଦେବ ଅରଣ୍ୟ ମଧ୍ୟ ଦେଇ କୌଣସି ଏକ ଦୂର ସ୍ଥାନକୁ ଯାଉଥାଆନ୍ତି । ପଥର ଉଭୟ ପାର୍ଶ୍ବ ଅସଂଖ୍ୟ ଖଜୁରି ଗଛରେ ପୂର୍ଣ୍ଣ ହୋଇ ରହିଥାଏ । ଗ୍ରୀଷ୍ମଋତୁ ହୋଇଥିବାରୁ ସେଥିରେ ସୁନାରଙ୍ଗର ଫଳଗୁଡ଼ିଏ ପାଚି ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ । ସେଗୁଡ଼ିକ ବେଶ୍ ରମଣୀୟ ଦିଶୁଥାଏ । ସେହି ଅରଣ୍ୟରେ ଜଣେ ଲୋକ ତା’ର ଏକମାତ୍ର ପୁତ୍ର ସହିତ ବାସ କରୁଥାଏ । ବ୍ୟାସଦେବ ସେହି ପଥ ଅତିକ୍ରମ କଲାବେଳେ ଗୋଟିଏ ଅତି ଅଦ୍ଭୁତ ଦୃଶ୍ୟ ଦେଖି ସ୍ଥିର ହୋଇ ରହିଗଲେ ।


Feed

Library

Write

Notification
Profile