BHAGABANA NAIK
Literary Colonel
AUTHOR OF THE YEAR 2021 - NOMINEE

163
Posts
1
Followers
0
Following

I'm BHAGABANA and I love to read StoryMirror contents.

Share with friends
Earned badges
See all

"ବେଳେବେଳେ କେତେକ ଅସାମାଜିକ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟରେ sorry ବା ଦୁଃଖିତ ଶବ୍ଦର ଅପବ୍ୟବହାର କରି ସ୍ବାର୍ଥ ହାସଲରେ ସଫଳ ହୋଇଥାନ୍ତି." ବି.ଏନ୍... 🖋️

"ସରି ବା ଦୁଃଖିତ ଶବ୍ଦ ପାଖରେ ଅନେକ ଭୁଲ୍ ବୁଝାମଣାର ଆଶୁ ସମାଧାନ କରିବାର ଚମତ୍କାର କ୍ଷମତା ରହିଥିଲେ ବି କେତେକ ଉଦ୍ଧତ ବ୍ଯକ୍ତି ଏହାକୁ ପ୍ରାୟତଃ ବ୍ୟବହାର କରନ୍ତି ନାହିଁ." ବି.ଏନ୍... 🖋️

"ଅଭିମାନିନୀ ରାଧା ହେଉ କି ଅଭିମାନୀ ବନ୍ଧୁ ଅଥବା ଦ୍ବନ୍ଦ୍ବାତ୍ମକ ପରିସ୍ଥିତି,କାନ ଧରି ହସି ହସି ଯାଦୁକରୀ ଶବ୍ଦ 'ସ.. ରି' କହିଦିଅ',ଦେଖିବ ଫଳାଫଳର ଚମତ୍କାର." ବି.ଏନ୍... 🖋️

ଯେଉଁଠି ଲୋକେ ବୁଝିବା ଅବସ୍ଥାରେ ନାହାନ୍ତି,'ସରି' କହି ସେହିସ୍ଥାନ ପରିତ୍ଯାଗ କରିବା ଉଚିତ୍',କାରଣ ଆତ୍ମମର୍ଯ୍ଯାଦା ବଞ୍ଚିଯାଇଥାଏ. ବି.ଏନ୍... 🖋️

"ଅଧିକାଂଶ ବିବାଦର ଆପୋଷ ସମାଧାନ ପାଇଁ 'ଦୁଃଖିତ' ଶବ୍ଦଟି ଅନେକାଂଶରେ ରାମବାଣ ପରି କାର୍ଯ୍ୟକରେ." ବି.ଏନ୍... 🖋️

"ମଦ୍ୟପାନକୁ ରୋକିବା ପାଇଁ ସରକାର ଯେତେଦିନ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗ୍ ପ୍ରସ୍ତାବକୁ ଅନୁମୋଦନ ନ କରିଛନ୍ତି ଓ ନିରପେକ୍ଷ ପଦକ୍ଷେପ ନ ନେଇଛନ୍ତି, ସେତେଦିନ ପର୍ଯ୍ୟନ୍ତ ଏହାର ଚେର ଲମ୍ବି ରହିଥିବ',ଏଥିରେ ଦ୍ବିମତ ହେବାର କିଛି ନାହିଁ. " ବି.ଏନ୍... 🖋️

"ମଦ୍ୟପାନକୁ ରୋକିବା ପାଇଁ ଅନେକ ନିଶାମୁକ୍ତି ଆନ୍ଦୋଳନ କାମ କରୁଥିଲେ ବି ଆନ୍ତରିକତା ଓ ସଚେତନତାର ଅଭାବ ହେତୁ ତାହା ସେତେଟା ଫଳପ୍ରଦ ହୋଇପାରି ନାହିଁ." ବି.ଏନ୍... 🖋️

"ରାଜସ୍ୱ ବୃଦ୍ଧି ଆଳରେ ସରକାର ମଦ୍ୟପାନକୁ ପରୋକ୍ଷରେ ପ୍ରୋତ୍ସାହିତ କରି ଅନେକ ଲୋକଙ୍କୁ କାଙ୍ଗାଳ ସଜେଇ ଦେଉଛନ୍ତି." ବି.ଏନ୍... 🖋️

"ଗରିବ ହେଉ କି ଧନୀ, ମଦ୍ୟପାନ ପାରିବାରିକ ଅଶାନ୍ତିର ମୂଳ କାରଣ',ତଫାତ୍ ଏତିକି ଯେ ଯାହା ବାହାରକୁ ଦେଖାଯାଏ ତାହା ଅସଭ୍ୟ ଆଉ ଦେଖାଯାଉ ନ ଥିବାଟା ସଭ୍ୟ." ବି.ଏନ୍... 🖋️


Feed

Library

Write

Notification
Profile