ହୃଦୟରେ ରଖ କ୍ଷମାର ଭାବ,
କେବେ ହେବ ନାହିଁ ସ୍ନେହ ଅଭାବ ।
ମା'ର ପଣତ ଏକମାତ୍ର ସ୍ଥାନ
ଯହିଁ ମିଳେ ସ୍ବର୍ଗ ବାସ,
ଯେତେ ଝଡଝଞ୍ଜା ଆସିଲେ ଜୀବନେ
ଭାଙ୍ଗେନା କେବେ ସାହସ ।
ସାଧୁବାଦ ରଖ ନିଜ ମନରେ
ଦିନ କଟିଯାଉ ହସ ଖୁସିରେ ।
ମଦ୍ଯପ ଜଣଙ୍କ ମଦ୍ଯପାନ କରି
ଚଳାଉଥିଲେ ଯେ ଯାନ ,
ସମନ୍ବୟ ରକ୍ଷା କରି ପାରିଲେନି
ଚାଲିଗଲାଟି ଜୀବନ ।
ମଦ୍ଯପାନ ଅଟେ କୁତ୍ସିତ ଅଭ୍ଯାସ
ଦେହକୁ ଜଳାଇ ଦିଏ ,
ସେହି ଅଭ୍ଯାସକୁ ପରିତ୍ଯାଗ କଲେ
ସଂସାର ଆଗେଇ ଯାଏ ।
ଜନ୍ମ ଦିନଟିକୁ ପାଳିବା ଆମେରେ
ହସ ଖୁସି ମଜା ନେଇ ,
ଏହି ଦିନେ ଆମେ ଶପଥ ନେବାରେ
ଦୁଃଖ ଦେବାରେ ଲିଭେଇ ।
ଜନମ ଦିନର ଶୁଭକାମନା ମୁଁ
ଜଣାଉଛି ଦୂରେ ଥାଇ ,
ବିଭୁ ପାଦ ତଳେ ଲୟ ରଖି ତୁମେ
ଆଗକୁ ଯାଅ ଆଗେଇ ।
ସରଗଠୁ ବଡ ଏଇ ମୋର ଘର
ଅଟେ ମୋ ପାଇଁ ମନ୍ଦିର ,
ମିଳିମିଶି ଯେବେ ରହିଥାଉ ଆମେ
ସୁନ୍ଦର ମୋ ପରିବାର ।
ସରଗଠୁ ବଡ ଏଇ ମୋର ଘର
ଅଟେ ମୋ ପାଇଁ ମନ୍ଦିର ,
ମିଳିମିଶି ଯେବେ ରହିଥାଉ ଆମେ
ସୁନ୍ଦର ମୋ ପରିବାର ।