ସ୍ୱର୍ଣ୍ଣାଭାମଣ୍ଡିତା ମାଆ, ଚନ୍ଦ୍ରଘଣ୍ଟା ରୂପଧାରିଣୀ। ଦଶଭୁଜା ଦୁର୍ଗେ, ଦୁର୍ଗତିନାଶିନୀ, ଆଦ୍ୟାଶକ୍ତି ସ୍ୱରୂପିଣୀ।। ଘଣ୍ଟନାଦେ ବିଦାରିଣୀ ଦୁଷ୍ଟଦଳ, ଅଭୟବରଦାୟିନୀ। କୃପାକଟାକ୍ଷେ କଲ୍ୟାଣ ବରଷ, ହେ ଜଗଦ୍ଧାତ୍ରୀ ଭବାନୀ।। Priyanka Panda

ଧବଳ ଦୁକୂଳେ ଶୋଭିତା ମାଆ, ତପୋତେଜେ ତେଜସ୍ୱିନୀ। ତ୍ୟାଗ ତପସ୍ୟା ସଂଯମ ମୂର୍ତ୍ତି, ହେ ମାଆ ବ୍ରହ୍ମଚାରିଣୀ।। ଭକ୍ତି ଓ ଶ୍ରଦ୍ଧା ହୃଦୟେ ଭରି, ଦିଅ ସଦ୍ବୁଦ୍ଧି ଶକ୍ତିଦାୟିନୀ କୃପାକଟାକ୍ଷେ କଲ୍ୟାଣ ବରଷ, ହେ ଜଗତ୍ମାତା ତପସ୍ୱିନୀ।। Priyanka Panda
ଲାଲିମାମୟୀ ଶୈଳପୁତ୍ରୀ, ତୁମେ ଆଦ୍ୟାଶକ୍ତିର ଜ୍ୟୋତି। ଭକ୍ତିର ଅର୍ଘ୍ୟେ ପୂଜୁଛୁ ଜନନୀ, ଚରଣେ ଅର୍ପୁ ଭକ୍ତି।। ଅଧର୍ମ ବିନାଶି ଧର୍ମ ସଂସ୍ଥାପି, ଜଗତେ ଭରିଦିଅ ଶକ୍ତି। କରୁଣା କଟାକ୍ଷେ ଦୂର କର ଦୁଃଖ, ପ୍ରଦାନ କର ସଦ୍ଗତି।। Priyanka Panda
ପ୍ରଶଂସା ଶୁଣି ଗର୍ବ ନ ବଢ଼ୁ, ନିନ୍ଦାରେ ନ ହେଉ କ୍ଷୁବ୍ଧ। ସତ୍ୟର ପଥରେ ଅଟଳ ରହୁ, ହୃଦୟ ହେଉ ଶୁଦ୍ଧ।। Priyanka Panda