BISWAJIT SAHOO
1
Posts
0
Followers
0
Following
ମତେ ଲେଖିବାକୁ ଭଲ ଲାଗେ
ହେଲେ ମୁଁ ଜଣେ କବି ନୁହେଁ
ମୁଁ ଜ୍ଞାନରେ ସନ୍ଧ୍ୟା ଲେଖେ,
ମୁଁ ସତ୍ୟରେ ସକାଳ ଲେଖେ,
ମୁଁ ମୃତ୍ୟୁରେ ନିଶା ଲେଖେ,
ମୁଁ ଜୀବନରେ ସ୍ୱତନ୍ତ୍ରତା ଲେଖେ।
ମୁଁ ଜହ୍ନରେ ଚନ୍ଦ୍ରକଳା ଲେଖେ,
ମୁଁ ସୂର୍ଯ୍ୟରେ ରଞ୍ଜନା ଲେଖେ,
ମୁଁ ପ୍ରକୃତିରେ ଫୁଲ ଲେଖେ,
ମୁଁ ମାତୃଭାଷାରେ ମମତା ଲେଖେ।
ମୁଁ ନିରାଶା ରେ ସମ୍ବଳ ଲେଖେ, ... Read more
ମତେ ଲେଖିବାକୁ ଭଲ ଲାଗେ
ହେଲେ ମୁଁ ଜଣେ କବି ନୁହେଁ
ମୁଁ ଜ୍ଞାନରେ ସନ୍ଧ୍ୟା ଲେଖେ,
ମୁଁ ସତ୍ୟରେ ସକାଳ ଲେଖେ,
ମୁଁ ମୃତ୍ୟୁରେ ନିଶା ଲେଖେ,
ମୁଁ ଜୀବନରେ ସ୍ୱତନ୍ତ୍ରତା ଲେଖେ।
ମୁଁ ଜହ୍ନରେ ଚନ୍ଦ୍ରକଳା ଲେଖେ,
ମୁଁ ସୂର୍ଯ୍ୟରେ ରଞ୍ଜନା ଲେଖେ,
ମୁଁ ପ୍ରକୃତିରେ ଫୁଲ ଲେଖେ,
ମୁଁ ମାତୃଭାଷାରେ ମମତା ଲେଖେ।
ମୁଁ ନିରାଶା ରେ ସମ୍ବଳ ଲେଖେ,
ମୁଁ ନୂତନ ରେ ଆରମ୍ଭ ଲେଖେ,
ମୁଁ ଦୁଃଖରେ ସନ୍ତାପ ଲେଖେ,
ମୁଁ ଆନନ୍ଦରେ ହସ ଲେଖେ।
ମୁଁ ସ୍ଵପ୍ନରେ ଦୃଶ୍ୟ ଲେଖେ,
ମୁଁ ଜାଗରଣରେ ଆଶା ଲେଖେ,
ମୁଁ ସଫଳତାରେ ବିଜୟ ଲେଖେ,
ମୁଁ ବିଫଳତାରେ ଶିଖା ଲେଖେ।
ମୁଁ ସମ୍ମାନରେ ଗର୍ବ ଲେଖେ,
ମୁଁ ଅବମାନରେ ସହିଷ୍ଣୁତା ଲେଖେ,
ମୁଁ ପ୍ରକୃତିରେ ସୌନ୍ଦର୍ଯ୍ୟ ଲେଖେ,
ମୁଁ ସମାଜରେ ପରିବର୍ତ୍ତନ ଲେଖେ।
ମୁଁ ସାଂସାରିକତାରେ ଧର୍ମ ଲେଖେ,
ମୁଁ ପରିମଳରେ ପବିତ୍ରତା ଲେଖେ,
ମୁଁ ବିଶ୍ୱାସରେ ଶାନ୍ତି ଲେଖେ,
ମୁଁ ପ୍ରେମରେ ଜୀବନ ଲେଖେ। Read less
Share with friends