ନିଜେ ନିଜର ପ୍ରଥମେ ଭଲ ବନ୍ଧୁ ହେବା ଉଚିତ । ।
ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ହେଉଛି ସବୁଠାରୁ କଷ୍ଟକର କାମ,ଯିଏ କରିପାରିଲା ସିଏ ମହାନ ।।
ଜୀବନ ଉପଭୋଗ କରିବାର ଅର୍ଥ ହେଉଛି ସୁଖ ଓ ଦୁଃଖ ଉଭୟକୁ ସବୁବେଳେ ସମାନ ଦୃଷ୍ଟିରେ ସ୍ୱାଗତ କରିବା....
ବେଳେବେଳେ ସମୟ ଓ ପରିସ୍ଥିତି ମଣିଷକୁ ପାଶବିକ ଜୀବନ ଜୀଇଁବା ପାଇଁ ବାଧ୍ୟ କରେ ।
ସବୁ ଦିନ ତୁମ ବିତୁ ହରଷେ,
ଗୁରୁଜନଙ୍କ ପ୍ରାପ୍ତି ଆଶୀଷେ,
ଜନ୍ମଦିନେ ତୁମ ମୋର କାମନା,
ଜଗଜିତା ହୁଅ କରି ସାଧନା ।।
ମଣିଷ ଜୀବନର ଯାତ୍ରା ଏନ୍ତୁଡ଼ିଶାଳ ନିଆଁରୁ ଆରମ୍ଭ ହୋଇ ମଶାଣୀ ନିଆଁରେ ଶେଷ ହେବା ବିଭୁ ନିର୍ଦ୍ଧାରିତ ।
ଅସାଧ୍ୟକୁ ହାସଲ କରିବାକୁ ପର୍ବତ ପରି ଦୃଢ଼,ସ୍ଥିର ଓ ନିର୍ଭୀକ ମନୋବୃତ୍ତି ସର୍ଵ ପ୍ରଥମେ ଏକାନ୍ତ କାମ୍ୟ । ।
ମୁଖରୁ ତୋହର ହସ ଝରୁଥାଉ ସଦା,
ନ ଲାଗୁ କାହା ନଜର...
ବାପା ମାଆଙ୍କର ରଙ୍କ ରତନ ତୁ,
ଗଳାର ସୁବର୍ଣ୍ଣ ହାର...
ବନ୍ଧୁ ତୁମେ ମୋର ଶହେ ଜନମର
କୃଷ୍ଣ ସୁଦାମର ଯୋଡ଼ି,
ଜୀବନ ସାଗରେ ଆସୁ ଯେତେ ଝଡ଼
ଏ ସମ୍ପର୍କ ଯିବନି ବୁଡ଼ି।।