@kadambari-mohakhud

Kadambari Mohakhud
Literary Captain
AUTHOR OF THE YEAR 2021 - NOMINEE

162
Posts
2
Followers
1
Following

ପେସାରେ ମୁଁ ଏକ ନିଯୁକ୍ତି ଭିତିକ କର୍ମଚାରୀ, ସମାଜ ସେବା ,ପ୍ରକୃତିର ଉପଭୋଗ ଓ ବାସ୍ତବ କବିତା ଏକ ପ୍ରକାର ରୁଚି ||

Share with friends

====================== ହେ ଗୁରୁ..... ତୁମ୍ଭେ ମାର୍ଗ ଦର୍ଶକ ନେପଥ୍ୟ ନାୟକ ପଥହୀନ ଶିଷ୍ୟର ଅଟଇ ପଥିକ ଶିକ୍ଷା ହୀନ ଶିଷ୍ୟର ଅନ୍ଧାର ଆଲୋକ ପ୍ରଭୁଙ୍କର ଦୂତ ଅବା ଶିକ୍ଷାର ବାହକ ହେ ଗୁରୁ ତୁମ୍ଭେ ଯୁଗେ ଯୁଗେ ଶିକ୍ଷାର ଶିକ୍ଷକ ...... || ===================== ✍️କାଦମ୍ବରୀ ମହାଖୁଡ଼ =====================

ଏବେବି ଖୋଜିଲେ ଏଇଠି କୋଉଠି ମିଳିଯିବ ମୋତେ ମୋ ପିଲା ଦିନ ସମ୍ପର୍କ ଭିଡରେ ହଜିଯିବ ସବୁ ଅତୀତ କୁ ଦେଖି ଏ ବର୍ତ୍ତମାନ ....... (✍️ କାଦମ୍ବରୀ ମହାଖୁଡ଼ )

ମାୟାବୀ ସର୍ତର ଅବିଶ୍ୱାସ ସାଥି ସାଥେ ମାୟାବିନୀ ଚୁକ୍ତି ଭିଜା ଆଖିପତା ଶୁଷ୍କ ଓଠ ସାଥି ଅଦିନିଆ ମେଘ ପ୍ରୀତି ........ ✍️କାଦମ୍ବରୀ ମହାଖୁଡ଼

|| ଜୀବନର ଆହ୍ୱାନ ବଞ୍ଚିବାର ସୁଯୋଗକୁ ଆକର୍ଷଣୀୟ କରିଥାଏ ଏବଂ ଏହାକୁ ଗ୍ରହଣ କରିବା ଜୀବନର ସୂର୍ଯ୍ୟୋଦୟକୁ ଅର୍ଥପୂର୍ଣ୍ଣ କରିଥାଏ || ✍️ସୁଶ୍ରୀ କାଦମ୍ବରୀ .......

|| ଲକ୍ଷ୍ୟ ସ୍ଥିର କରିବା ହେଉଛି ଏକ ସଫଳ ବ୍ୟକ୍ତିର ପ୍ରଥମ ପଦକ୍ଷେପ | ଯାହା ଲକ୍ଷ ହାସଲ ପରେ ଅଦୃଶ୍ୟକୁ ଦୃଶ୍ୟମାନରେ ପରିଣତ କରାଇଥାଏ || ✍️ସୁଶ୍ରୀ କାଦମ୍ବରୀ .......

|| କିଏ ତାରିଖ ପରି ଆସେ ଆଉ ଚାଲିଯାଏ କିଛି ସମ୍ପର୍କ ଢେ଼ଉପରି ଧୀରେ ଭାସିଯାଏ କେବେ ଲୁହରେ ଭିଜାଏ ଅନୁତପ୍ତ କରାଏ କେଉଁ ତାରିଖ ଚେନାଏ ଖୁସିଛିଞ୍ଚି ହସାଏ || ✍️ସୁଶ୍ରୀ କାଦମ୍ବରୀ .......

ମନେରଖନ୍ତୁ ଯେପରି ଅନ୍ଧାର ଅନ୍ଧାରତ୍ୱକୁ ଦୂର କରିପାରେ ନାହିଁ କେବଳ ଆଲୋକ ଦ୍ୱାରା ସମ୍ଭବ ହୋଇଥାଏ ଠିକ ସେହିପରି ଘୃଣା କରୁଥିବା ବ୍ୟକ୍ତିକୁ ଆପଣଙ୍କ ଘୃଣା ବଦଳାଇ ପାରେନାହିଁ କେବଳ ଆପଣଙ୍କ ଭଲପାଇବା ଦ୍ୱାରା ସମ୍ଭବ ହୋଇଥାଏ 🙏 ✍️ସୁଶ୍ରୀ କାଦମ୍ବରୀ .......

କେବେକେବେ ନିଜକୁ ଅନୁଭବ ହେଉଥିବା ଯନ୍ତ୍ରଣା ହୃଦୟର କେଉଁ କୋଣରେ ଲୁଚାଇ ଅନ୍ୟକୁ ସାହସ ଦେଖାଉଥିବା ବ୍ୟକ୍ତି ସାହାସୀକତାର ପ୍ରମାଣ ଗ୍ରହଣ କରିଥାଏ || ✍️ସୁଶ୍ରୀ କାଦମ୍ବରୀ .......

ଯେବେ ପ୍ରତି ପାଦ ଲାଗେ ଅଜଣା ଅଶୁଣା ଅଜଣା ବାଟଟି ଲାଗେ ଜଣାଶୁଣା ସେବେ ଜୀବନ ହାଟରେ ଘାଟରେ ବାଟରେ ମୂଲ୍ୟବୋଧ ଭାଉ ହୁଏ ବିକା କିଣା || ✍️ କାଦମ୍ବରୀ......


Feed

Library

Write

Notification
Profile