ସବୁବେଳେ ରାଗିବା ଉଚିତନୁହେଁ କିନ୍ତୁ ବେଳେବେଳେ ରାଗିବା ଜରୁରୀ ହୋଇଥାଏ। ନହେଲେ ଭୁଲ୍ କରୁଥିବା ବ୍ୟକ୍ତି ତା ଭୁଲ୍ କୁ ସୁଧାରି ପାରିବନି।
ନିଜ ଉପରେ ଲାଗିଥିବା ମିଥ୍ୟା ଅଭିଯୋଗ କୁ ନେଇ କେବେ ଚିନ୍ତା କରିବା କଥା ନୁହେଁ। ବରଂ ତାର ସମ୍ମାନ କରିବା ଉଚିତ୍।କାରଣ ସମୟ ର ଗ୍ରହଣ ସୂର୍ୟା ଚନ୍ଦ୍ର ବି ସହିଥାନ୍ତି।
ଲକ୍ଷ୍ୟ ସ୍ତଳରେ ସବୁ ମଣିଷ ନିଜର କଠିନ ପରିଶ୍ରମ ଦ୍ବାରା ପହଞ୍ଚି ନଥାଏ,କିଛି ମାର୍ଗ ଦେଇ ମଣିଷକୁ ଭଗବାନ ନିଜେ ଲକ୍ଷ୍ୟ ସ୍ତଳରେ ପହଞ୍ଚାଇ ଦେଇଥାନ୍ତି।
ପ୍ରତ୍ୟେକ ଯନ୍ତ୍ରଣା ଏକ ଶିକ୍ଷା ଦେଇଥାଏ ଆଉ ପ୍ରତ୍ୟେକ ଶିକ୍ଷା ଜଣେ ବ୍ୟକ୍ତିକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ।।
ଆମେ ଟିକେ ଟିକେ ଦୁଃଖ କଷ୍ଟ ରେ ଭାଙ୍ଗିପଡୁ କିନ୍ତୁ ସଂସାରରେ ଜନ୍ମ ନେଇ ଭଗବାନଙ୍କୁ କଷ୍ଟ ସହିବାକୁ ପଡ଼ିଥିଲା ଜୀବନର ଅନ୍ୟ ନାମ ଯନ୍ତ୍ରଣା ଆଉ ସେହି ଯନ୍ତ୍ରଣାକୁ ଜୀବନ ବୋଲି କୁହାଯାଏ।।