ରିଙ୍କି ପ୍ରଧାନ
Literary Lieutenant
68
Posts
0
Followers
0
Following

None

Share with friends

ସବୁବେଳେ ରାଗିବା ଉଚିତନୁହେଁ କିନ୍ତୁ ବେଳେବେଳେ ରାଗିବା ଜରୁରୀ ହୋଇଥାଏ। ନହେଲେ ଭୁଲ୍ କରୁଥିବା ବ୍ୟକ୍ତି ତା ଭୁଲ୍ କୁ ସୁଧାରି ପାରିବନି।

ନିଜ ଉପରେ ଲାଗିଥିବା ମିଥ୍ୟା ଅଭିଯୋଗ କୁ ନେଇ କେବେ ଚିନ୍ତା କରିବା କଥା ନୁହେଁ। ବରଂ ତାର ସମ୍ମାନ କରିବା ଉଚିତ୍।କାରଣ ସମୟ ର ଗ୍ରହଣ ସୂର୍ୟା ଚନ୍ଦ୍ର ବି ସହିଥାନ୍ତି।

ବେଳେବେଳେ ଜଣକ ପାଇଁ ଜରୁରୀ ଠାରୁ ଅଧିକ ଭଲ କିଛି କଲେ,ଏହାର ପରିଣାମ ନିଜକୁ ଭୋଗିବାକୁ ପଡିବ।

ଲକ୍ଷ୍ୟ ସ୍ତଳରେ ସବୁ ମଣିଷ ନିଜର କଠିନ ପରିଶ୍ରମ ଦ୍ବାରା ପହଞ୍ଚି ନଥାଏ,କିଛି ମାର୍ଗ ଦେଇ ମଣିଷକୁ ଭଗବାନ ନିଜେ ଲକ୍ଷ୍ୟ ସ୍ତଳରେ ପହଞ୍ଚାଇ ଦେଇଥାନ୍ତି।

ସମ୍ପର୍କ,ବନ୍ଧୁତା,ପ୍ରେମ ତା ସହ ରଖ ଯିଏ ତୁମର ହସ ପଛର ଦୁଃଖ ଓ ରାଗ ପଛର ପ୍ରେମକୁ ଜାଣିପାରିବ

ପ୍ରତ୍ୟେକ ଯନ୍ତ୍ରଣା ଏକ ଶିକ୍ଷା ଦେଇଥାଏ ଆଉ ପ୍ରତ୍ୟେକ ଶିକ୍ଷା ଜଣେ ବ୍ୟକ୍ତିକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ।।

ଈଶ୍ୱର ଯାହାକୁ ଆଶୀର୍ବାଦ ଦେବାକୁ ଚାହାଁନ୍ତି,ତାହାର ଅତ୍ୟନ୍ତ କଠୋର ପରୀକ୍ଷା ନିଅନ୍ତି।।

ଆମେ ଟିକେ ଟିକେ ଦୁଃଖ କଷ୍ଟ ରେ ଭାଙ୍ଗିପଡୁ କିନ୍ତୁ ସଂସାରରେ ଜନ୍ମ ନେଇ ଭଗବାନଙ୍କୁ କଷ୍ଟ ସହିବାକୁ ପଡ଼ିଥିଲା ଜୀବନର ଅନ୍ୟ ନାମ ଯନ୍ତ୍ରଣା ଆଉ ସେହି ଯନ୍ତ୍ରଣାକୁ ଜୀବନ ବୋଲି କୁହାଯାଏ।।

କିଛି ସମୟ ଆସେ ନିଜ ସହ କାଟିବାକୁ ପଡ଼େ କିଛି ଦୁଃଖ ନୀରବରେ ସହିଯିବାକୁ ପଡେ ସେଥିପାଇଁ ନିଜ ଠାରୁ ବଡ଼ ବନ୍ଧୁ ଏ ଦୁନିଆରେ କେହି ନାହାଁନ୍ତି।।


Feed

Library

Write

Notification
Profile