ASWINI DASH ଅଶ୍ୱିନୀ ଦାଶ
Literary Colonel
90
Posts
192
Followers
4
Following

I m a writer

Share with friends

ମୋତେ ଯଦି ଛୁଇଁବାର ଅଛି ଆସିଯାଅ ମୋ ସ୍ବପ୍ନ ଭିତରକୁ, ରାତି ପାହିଲେ ମୁଁ ନିଜକୁ ଖୋଜିପାରେ ନାଇ।

ଝରକା ପାଖରେ ବସିଛି ବସନ୍ତ, ବାହାରେ ଜଳୁଛି ଖରା, ଜୀବନ ରାସ୍ତାରେ ପ୍ରେମ ଜଳେ ବୋଲି ମିଠା ଲାଗେ ଲୁହ ପରା ।

ମୁଁ ନୀରବ ଏଠି, ତମେ କଣ ହଜମ କରିପାରିଛ ପ୍ରତି ମୁହୂର୍ତ୍ତ! କାହାରି ମୁହଁ ପରି ତ ଦିଶେନା ସମୟ, ଚାଲ! ଆଲିଙ୍ଗନ କରିବା ସ୍ମୃତିର ଛାଇକୁ।

ମୋ କବିତାରେ ଏବେ ଆଉ ତମେ ନାହଁ, ଖାଲି ଯାହା ପକ୍ଷୀଟିର ଡେଣା ଛଟପଟ ତମ ଅରୁଣିମାରେ।

ତମେ କିଛି ମାଗି ପାର, ମୋତେ ଛିଦ୍ର ବି କରିପାର, ହୁଏତ ମୁଁ ନଥାଇ ପାରେ, ଛିଦ୍ର କିଛି ଖୋଜ ନାହିଁ, ତମ ଦେହ ସାରା ଲୋମକୁପ ମୁଁ ଛୁଞ୍ଚି ପରି ତୀକ୍ଷଣ ଓ କ୍ଷତାକ୍ତ।

ସହର ଏବେ ଖୋଲା ଅଛି, ଏତେ ଗହଳିରେ ବି କିଛି ଫାଙ୍କା ଫାଙ୍କା, ଶୂନ୍ୟସ୍ଥାନର ପ୍ରତିକ୍ଷାରେ ବନ୍ଦୀ ମୁଁ, ମୁକ୍ତି ଖୋଜେ। ମୁକ୍ତି କେଜାଣି ପଳାତକ ସାଜେ।

ଦୂର ଦିଗବଳୟ ଆଡେ ଉଡୁଥାଏ ପକ୍ଷୀ, ଲମ୍ବି ଲମ୍ବି ଯାଉଥାଏ ଆକାଶ ଲାଲ ଦିଶୁଥାଏ, ତଥାପି ବି ଉଡୁଥାଏ ନୀଳ ରଙ୍ଗ ପାଇଁ।

ଏଠି ଗୋପନ ବୋଲି କଣ ଅଛି ଯେ', ମୁଣ୍ଡ ଉପରେ ଆକାଶ, ଆମେ ଦୁହେଁ ଦୁହିଁଙ୍କ ଛାଇରେ ଏକାନ୍ତରେ।

ନଈ ଏ କୂଳରେ ମୁଁ ଆର ପାଖରେ ତମେ, ତରଙ୍ଗାୟିତ ପଥ ଦୁହିଁଙ୍କ ଭିତରେ, ନାଉରି ତ ନାହିଁ, କେହି ଜଣେ ନାଆ ନେଇ ଫେରାର।


Feed

Library

Write

Notification
Profile