I m a writer
Share with friends
ମୁଁ ନୀରବ ଏଠି, ତମେ କଣ ହଜମ କରିପାରିଛ ପ୍ରତି ମୁହୂର୍ତ୍ତ! କାହାରି ମୁହଁ ପରି ତ ଦିଶେନା ସମୟ, ଚାଲ! ଆଲିଙ୍ଗନ କରିବା ସ୍ମୃତିର ଛାଇକୁ।
ତମେ କିଛି ମାଗି ପାର, ମୋତେ ଛିଦ୍ର ବି କରିପାର, ହୁଏତ ମୁଁ ନଥାଇ ପାରେ, ଛିଦ୍ର କିଛି ଖୋଜ ନାହିଁ, ତମ ଦେହ ସାରା ଲୋମକୁପ ମୁଁ ଛୁଞ୍ଚି ପରି ତୀକ୍ଷଣ ଓ କ୍ଷତାକ୍ତ।
ସହର ଏବେ ଖୋଲା ଅଛି, ଏତେ ଗହଳିରେ ବି କିଛି ଫାଙ୍କା ଫାଙ୍କା, ଶୂନ୍ୟସ୍ଥାନର ପ୍ରତିକ୍ଷାରେ ବନ୍ଦୀ ମୁଁ, ମୁକ୍ତି ଖୋଜେ। ମୁକ୍ତି କେଜାଣି ପଳାତକ ସାଜେ।