ମଣିଷର ମୃତ୍ୟୁ ଅପେକ୍ଷା
ସମ୍ପର୍କର ମୃତ୍ୟୁ ଅଧିକ ଯନ୍ତ୍ରଣା ଦାୟକ |
ମୃତ୍ୟୁ ଜୀବନକୁ ଶେଷ କରିଦିଏ,
ଅଥଚ, ସମ୍ପର୍କର ମୃତ୍ୟୁ
ମଣିଷକୁ ଶେଷ କରିଦେଇଥାଏ...।।
କ୍ରୋଧ କେବେ ପରାଜୟର
ଆତଙ୍କିତ ସ୍ପନ୍ଦନ |
କେବେ ସବୁକିଛି ହାରିଦେବାର
ଏକ ଦୁଃଖଭରା
ଅଭିଯୋଗଟିଏ ମାତ୍ର ||
ଥରେ ଚାଲିଯିବା ପରେ
ମୁଁ ବି କେବେ ଭାବି ନଥିଲି
ପୁଣି ଥରେ ଫେରିଯିବି ସେଇଠିକି ,
ଯୋଉଠୁ କେବେ ଦିନେ ଚାଲିବା ଆରମ୍ଭ କରିଥିଲି ....||
(..ଭାଗ୍ଯଶ୍ରୀ)