@mlzmzsel

kahnu charan sahu
Literary Colonel
AUTHOR OF THE YEAR 2021 - NOMINEE

343
Posts
73
Followers
13
Following

ଶବ୍ଦକୁ ପାଗଳ ପରି ଭଲ ପାଉଥିବା ପାଗଳଟେ

Share with friends
Earned badges
See all

ମଣିଷ ଯେତେବେଳେ Online ଥାଇ Sms ର Reply ଦିଏନି, ତେବେ Confirm ହେଇଯିବେ ସେ ଅନ୍ୟକାମରେ ବ୍ୟସ୍ତ ଅଛି । ଠିକ୍ କହିଲି ନା😋

ସମ୍ପର୍କ ଗଢିବା ପାଇଁ ସମୟ ର ଆଵଶ୍ୟକତା ନ ଥାଏ, ଆବଶ୍ୟକ ଥାଏ କେବଳ ଦୁଇଟି ସ୍ୱଚ୍ଛ ଓ ନିଃସ୍ୱାର୍ଥପର ହୃଦୟ ।

ଯିଏ ଭୁଲିଯାଏ ସିଏ କେବେ ଭଲ ପାଇ ପାରେନି ଆଉ ଯିଏ ଭଲ ପାଏ ସିଏ କେବେ ଭୁଲି ଯାଏନି ।

ଯିଏ ସାହାଯ୍ୟ କରନ୍ତି ସିଏ ମଣିଷ ନୁହଁ ବରଂ ଈଶ୍ବରଙ୍କ ଅବତାର ଅଟନ୍ତି ।

ବନ୍ଧୁତ୍ୱ ~~~~~~ ଜଣେ ଜଣଙ୍କର ସବୁ କିଛି ଭୁଲି ଯାଇଥାଏ ତଥାପି ବନ୍ଧୁ ଆଉ ଜଣେ ବନ୍ଧୁକୁ ହୃଦୟରେ ସାଇତି ରଖିଥାଏ । ଥରେ ଏକାକାର ହୋଇଯିବା ପରେ, ସ୍ୱତନ୍ତ୍ର ପରିଚୟ ହୃଦୟରେ ସୃଷ୍ଟି କରିସାରିବା ପରେ ଚିରଦିନ ସ୍ୱର୍ଣ୍ଣିମ ଅକ୍ଷରେ ଲିପିବଦ୍ଧ ହୋଇ ରହିଯାଏ ବନ୍ଧୁତ୍ୱର ଶାଶ୍ୱତ ସମ୍ପର୍କ । ନିଜତ୍ବର ପରିସୀମା ଅସୀମିତ, ସମୟର ଅନେକ ସୋପାନ ଜାବୁଡି ଧରିଥାଏ ଉଭୟ ହୃଦୟ

ପ୍ରେମ ~~~~~~ ଯେଉଁଠି ଜଣେ କିଛି ନିର୍ଦ୍ଧିଷ୍ଟ ମୁହୂର୍ତ୍ତ ଭୁଲିଯିବା ପରେ ଆରମ୍ଭ ହୁଏ ବିଚ୍ଛେଦର ଇତିହାସ । ଏକାକାର ହେଇଥିବା ସମ୍ପର୍କ କାଳକ୍ରମେ ବଦଳି ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରେ । ନିଜତ୍ବର ପରିସୀମା ସୀମିତ ହୋଇଯାଏ ଓ ପରିଶେଷରେ ଅଳ୍ପ କେଇଦିନର ଅନ୍ତରାଳେ ସମ୍ପର୍କର ପରିସମାପ୍ତି ଘଟେ । -kahnu charan sahu

ପରିବେଶ ଓ ପରିସ୍ଥିତି ହିଁ ମନୁଷ୍ୟର ସ୍ବପ୍ନ ପରିବର୍ତ୍ତନ କରିଦିଏ । -kahnu charan sahu

ଆପଣାର ଭାବିନେଲେ ସବୁ ମଣିଷ ଯେ ଆପଣାର ହେଇଯାଆନ୍ତି ଭାବିବା ଭୁଲ । ବେଳେବେଳେ ଆପଣା ଭିତରେ ଅନେକ ପାର୍ଥକ୍ୟ ରହିଥାଏ । -kahnu charan sahu

ସମୟର ଚକ୍ରବ୍ୟୁହରେ ବୁଝୁଥିବା ମଣିଷମାନେ ମଧ୍ୟ ନ ବୁଝିବାର ଅଭିନୟ କରିପାରନ୍ତି । -kahnu charan sahu


Feed

Library

Write

Notification
Profile