ଅପେକ୍ଷା ନାଥାଏ ଅନ୍ତ ନାଥାଏ ସୀମା
କେବଳ ତୁମ ଅପେକ୍ଷାରେ...............
କଷ୍ଟ, ଯନ୍ତ୍ରଣାରେ ଜର୍ଜରିତ ହୁଏ ହୃଦୟ
କେବଳ ତୁମ ଅପେକ୍ଷାରେ.............
ତୁମ ଖାଲିପଣ ଭରିଦିଏ ମନରେ ଉଦାସ
କେବଳ ତୁମ ଅପେକ୍ଷାରେ...............
ଉଷୁମ ଲୋତକ ଅମାନିଆ ହୋଇ ବୋହିଚାଲେ
କେବଳ ତୁମ ଅପେକ୍ଷାରେ................
ମୃତୁ ଠାରୁ ଅଧିକ କଷ୍ଟ ତୁମ ଅନୁପସ୍ଥିତି
କେବଳ ତୁମ ଅପେକ୍ଷାରେ.............
ଦିନ ଚାଲିଗଲା ସଞ୍ଜ ଘନେଇଲା
ଘନେଇଲା ପୁଣି ନିଶା,
ଚିନ୍ହା ମୁହଁ ଏଠି ଧୂସର ଦିଶୁଛି
ଦଂଗାଦେବା ସତେ ପେସା |
"ବୋଉ".... ସକଳ ସଂସାରର ସର୍ବୋତ୍ତମ ସୂପକାର | ବୋଉର ହାତ ରନ୍ଧା ସ୍ୱାଦ ସମସ୍ତଙ୍କ ପାଇଁ ଅଭୁଲା |
ଆପଣ କେତେ ଜଣଙ୍କୁ ବନ୍ଧୁ ଭାବନ୍ତି
ତାହା ବଡ କଥା ନୁହେଁ
ଆପଣଂକୁ କେତେ ଜଣ ବନ୍ଧୁ ଭାବୁଛନ୍ତି
ତାହା ବଡ କଥା |
ଶାନ୍ତିରେ କାଳତିପାତ କରିବାର
ସହଜ ଉପାୟ
ଦୁନିଆକୁ ନୁହେଁ, ନିଜକୁ ବଦଳାଇ
ନିଅନ୍ତୁ,
ଖୁବ୍ ସୁନ୍ଦର ହୋଇଯିବ ଜୀବନ |