ସବୁକିଛି ନହେଲେ ବି ବହୁତକିଛି ଦେଇଥାଏ ନିୟତି !!! ଆଉ ଆମେ ନପାଇପାରିଥିବା ଆଶା ସବୁରେ ଛନ୍ଦିହେଇ ଅବଶୋଷର ମାନସାଂକ କଷୁଥାଉ.....ଏପଟେ ମିଳିଥିବା ପ୍ରାପ୍ତ ଆଶୀର୍ବାଦ ଗୁଡାକ ଅଲୋଡା ହେଇ ଗୋଟେ କୋଣରେ ପଡି ଛଟପଟ ହେଉଥାଆନ୍ତି ॥ _S. Shibanee
“ ଆଉ ଗୋଟିଏ ପ୍ରହର ଚାହିଁ ଥା,ବିଭାବସୁ ସ୍ୱର୍ଣ୍ଣଜ୍ଜ୍ୱଳ ଜ୍ୟୋସ୍ନା ଆଭାସିବ, ଆଉ ଟିକେ, ଅପେକ୍ଷା କର................., ପୁଣି, ଜରାସ୍ନାତ ସ୍ଥବିରତା ର ପୁନର୍ଜନ୍ମ ହେବ, ଚେଇଁ ଉଠିବ ଚିତ୍ତ, ଜିଇଁବାର ସ୍ୱାଦ ଉନ୍ମୁକ୍ତ ହେବ I __SushreeShibanee ”
“ ଶବ୍ଦ ଆଉ ଚିନ୍ତନ, ବେଳେବେଳେ ଦୂରତା ବଢେଇ ଦିଏ, କାରଣ କେବେ ଆମେ ବୁଝିପାରୁନା, ତ' ପୁଣି, କେବେ ଆମେ ବୁଝେଇପାରୁନା l ” By SushreeShibanee Das
“ ସେ ତ୍ୟାଗ ତପସ୍ୟା ସେବାର ମୂର୍ତ୍ତି, ଚତୁଃର୍ଦ୍ଧାମ ତପ ସାଧନା ଯଜ୍ଞ ପୂର୍ଣ୍ଣାହୁତି, ମମତାର ର କଥା ଅସରନ୍ତି ଅନାଦି, ଅଧ୍ୟାୟ ନୁହେଁ ମମତାର ପରିସୀମା କୌଣସି ପର୍ଯ୍ୟାୟ ନୁହେଁ I ______Sushree Shibanee ”
ଭୁଲି' ଗୀତାତତ୍ତ୍ୱ ର ସାରତ୍ତ୍ୱ... ପ୍ରତିକ୍ଷଣ ମଣିଷତ୍ୱ ହାରିଛି, ଏଠି ବିକୃତ-ଚିନ୍ତନ ଅବିଦ୍ୟା- ମନ୍ତ୍ରଣା ବାହାସ୍ପଟ ମାରି ହସୁଛି, ଆଜି ବି ଏସଂସାରେ କେଉଁଠି ନାଁ କେଉଁଠି ମହାଭାରତ ଚାଲିଛି, ପଞ୍ଚଜନ୍ୟର ସେହି କାଳଜୟୀ ଆହ୍ୱାନକୁ, ଆଜିବି...... ବିଶ୍ଵରୂପଙ୍କ ଇଙ୍ଗୀତର ପ୍ରତୀକ୍ଷା ରହିଛି I ✍ସୁଶ୍ରୀ ଶିବାନୀ
ସ୍ଥିର ଆଉ ତୁଷ୍ଟି..... ଯିଏ ବି ପ୍ରଥମେ ପାଦ ରଖୁ ! କିନ୍ତୁ, "ମୁଁ" ତ୍ତ୍ବ ର ସମାଧି ନିଶ୍ଚିନ୍ତ । 👣 ✍ସୁଶ୍ରୀ ଶିବାନୀ
କାହାର ଦୃଷ୍ଟିରେ ମୁଁ ଭଲ, କାହାର ଦୃଷ୍ଟିରେ ମୁଁ ଖରାପ, ହେଲେ' ବାସ୍ତବ କଥା ହେଲା,ଯିଏ ଯେମିତି' ତା ଦୃଷ୍ଟିରେ ମୁଁ ଠିକ୍ ସେମିତି ॥ ମୁଁ ସେଥିପାଇଁ ଦାୟୀ ଯାହା ମୁଁ କହୁଛି, କିନ୍ତୁ ସେଥିପାଇଁ ନୁହେଁ..ଯାହା ତୁମେ ବୁଝୁଛ ॥
ପଚାରନା,ଧୈର୍ଯ୍ୟର ସୀମା କେଉଁଯାଏ ? ମନଭରି ପରୀକ୍ଷା କରିପାର, ଆଶାର ସଂହିତା ଅନ୍ତ ଯାଏ..... ସ୍ୱୟଂକୁ ମୋହ ଥିଲେ ସିନା, ପରାଜୟର ଭୟ ଥାଆନ୍ତା !!! ଏମିତି ସଂଘର୍ଷ ଚାଲିଥିବ, ଶେଷ ରକ୍ତବିନ୍ଦୁ ଥିବାଯାଏ ॥ ✍SushreeShibanee