ତୁମେ ଚାଲିଗଲା ପରେ
ବସନ୍ତ ବି ଲାଗେ ଫିକା ଫିକା,
ସ୍ନେହରେ ବାନ୍ଧି ହୋଇଥିଲି
ଏବେ ଭାବୁଛି ଜିଁଇବି କିପରି ଏକା ଏକା ।
କେହି ଛୁଇଁ ଦେଲେ
ଭାଙ୍ଗି ପଡୁଛି ଫୋଟକା ପରି,
ଉଠିବି ବୋଲି ଭାବୁଛି
ହେଲେ କାହା ହାତ ଧରି ।
ମିର୍ ମୁସ୍ତାକିମ୍ ଅଲ୍ଲୀ
ଫେରି ଆସିବ ପୁଣି ନୂଆ ସକାଳ,
ଭଗବାନ ନାମ ସ୍ମରଣେ ହେବ ଜନ ମଙ୍ଗଳ ।
ମୀର ମୁସ୍ତାକିମ ଅଲ୍ଲୀ
ହେ ଭଗବାନ ଧନ୍ୟବାଦ,ତୁମ ଆଶୀର୍ବାଦ ପାଇ ଆଜି ଏ ଭୂପୃଷ୍ଠରେ ରହି କିଛି ପରିଚୟ ସୃଷ୍ଟି କରିପାରୁଛି ।
ଜୀବନ ଚଲାପଥେ ଆସିବେନି କେହି,
ଶେଷ ମୁହୂର୍ତ୍ତେ ଥିବେ ନେଵା ପାଇଁ ବୋହି ।
ମୀର ମୁସ୍ତାକିମ ଅଲ୍ଲୀ
ଗୁରୁ...
ତୁମ ଦକ୍ଷିଣା କେବେ ହେବ ନାହିଁ ବ୍ୟର୍ଥ
ବୁଝି ପାରିଲେ ହେଲା ତା ଅର୍ଥ,
ମୌଳିକ ନୂତନ ଚିନ୍ତାଧାରା ସମ୍ପର୍କରେ
ଅବଗତ ହେଉ ଚାଲିଲେ ତୁମ୍ଭ ପଥରେ ।
ମୀର ମୁସ୍ତାକିମ ଅଲ୍ଲୀ
ଦୁଃଖରେ ଦୁଃଖୀର ଭଗବାନ ଭରସା,
ମଦୁଆର ଦିନ ରାତି ମଦ ଆଶା ।
ମୀର ମୁସ୍ତାକିମ ଅଲ୍ଲୀ
କିଏ ଦେଖିବ କେତେ ସକାଳ
କହିପାରିବ କି କେହି ?
ସୂର୍ଯ୍ୟ ଜାଣଇ ସେ ଉଠିବ ଗଗନେ
ଥିଲାଯାଏ ମହୀ ।
ଦଶହରା ଉପଲକ୍ଷେ ସଭିଙ୍କୁ ଅଭିନନ୍ଦନ
ଏପରି କାର୍ଯ୍ୟ କରିଚାଲ ଯେପରି ତୁମକୁ ରଖିବେ ମନ ।
ସଫଳତାର ପାହାଚ ନିର୍ମାଣ ପାଇଁ ଏକ ନୂତନ ସମ୍ଭାବନା ଅଛି, ଯେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ତ୍ରୁଟି ପାଇଁ ଆପଣଙ୍କ ମତାମତ ହିଁ ବିଭିନ୍ନ ସମୟରେ ଅଧିକ ଶ୍ରେୟସ୍କର ଅଟେ ।