ସ୍ମିତ ହସ ଏକ ସାହସ
ସ୍ମିତ ହସ ଏକ ସାନ୍ତ୍ବନା,
ସ୍ମିତ ହସ ଏକ ଧୈର୍ଯ୍ୟ
ସ୍ମିତ ହସି କର କାର୍ଯ୍ୟ;
ଜୀବନ ହେଉ ସାଧନା ।।
■
ମାଟି ଠାରୁ ବହୁ ଗୁଣ
ଦେଇପାରେ କିଏ ସୁଧ,
ମାଆ ମାଟି ତା'ର ଋଣ
କରିଛି କେ ପରିଶୋଧ ।
■
ଏଇ ମାଟି ର ସେ ଭକ୍ତ
ସଙ୍କଳ୍ପିତ ଶକ୍ତ,
ମାଆ ମାଟି ମାନ ପାଇଁ
ବୁହାଇଛି ରକ୍ତ ।
■
ହସଲୁହ ନୁହେଁ ସ୍ଥାୟୀ
ଆହେ ପ୍ରିୟ ବନ୍ଧୁ,
ଉଭୟ ଙ୍କୁ ସାଥୀ କରି
ପାରି ହେବ ସିନ୍ଧୁ ।
■
ଜୀବନର ବର୍ଣ୍ଣବୋଧ
ଭୋକିଲା ପେଟରେ,
ଈତିହାସ ଲିପିବଦ୍ଧ
ସଙ୍ଘର୍ଷ ପଥ ରେ ।।
■
ହୃଦୟ ସଙ୍ଗୀତ
ଶବ୍ଦ ର ପ୍ରଶ୍ବାସ,
ଜୀବନ ଚରିତ୍ର
ଅସୀମ ବିଶ୍ୱାସ ।
■
ଅଳପ ଦିନର ଦେହକୁ ସଜାଅ
ଦିଶିବ କାଳେ ସୁନ୍ଦର,
ଅଳପ ଦିନର ଘରକୁ ସଜାଅ
ଇନ୍ଦ୍ର ଭୁବନ ପ୍ରକାର।
ସଜାଇବା ତୁମ ଯେତେ ପ୍ରସାଧନ ସୌନ୍ଦର୍ଯ୍ୟ ଠାରୁ ଦୂର,
ସୌନ୍ଦର୍ଯ୍ୟ ଭିତରେ ଚରିତ୍ର ସୁନ୍ଦର ଜୀବନର ଅଟେ ସାର।।
■
ଚୁପଚୁପ କହେ କିଏ ହୋଇ ଭୟଭୀତ ଅନେକ ଗୁପତ,
ଚୁପଚୁପ କହି କିଏ ଭାଙ୍ଗି ଦିଏ ଘର ଯେତେ ମିଛସତ।
ଚୁପଚୁପ ହୋଇ ଚୋର ଚୋରୀ କରେ ପୁର ଅନ୍ଧାରେ ବହୁତ,
ଚୁପଚୁପ ହୋଇ କିଏ ପୀରତି ବଢ଼ାଇ ହରି ନେଇ ଯାଏ ଚିତ୍ତ ।।
■
ସଫଳତା ଦେଉ ବିନମ୍ରତା,
ବିଫଳତା ଦେଉ ଅଭିଜ୍ଞତା,
ଭାବନାରେ ରହୁ ଜୀବନର
ସ୍ଥିତପ୍ରଜ୍ଞ ଆଉ ପବିତ୍ରତା ।
ଶତାୟୁଷ ହୁଅ ଜିତେନ୍ଦ୍ରୀୟ
ବଞ୍ଚିରହୁ ତୁମ ମାନବତା,
ଶୁଭଇଛା ସେହି ଦୟାମୟ
ଜନମେ ଦିଅନ୍ତୁ ସାର୍ଥକତା ।।
■