None
Share with friends
ସ୍ମିତ ହସ ଏକ ସାହସ ସ୍ମିତ ହସ ଏକ ସାନ୍ତ୍ବନା, ସ୍ମିତ ହସ ଏକ ଧୈର୍ଯ୍ୟ ସ୍ମିତ ହସି କର କାର୍ଯ୍ୟ; ଜୀବନ ହେଉ ସାଧନା ।। ■
ଅଳପ ଦିନର ଦେହକୁ ସଜାଅ ଦିଶିବ କାଳେ ସୁନ୍ଦର, ଅଳପ ଦିନର ଘରକୁ ସଜାଅ ଇନ୍ଦ୍ର ଭୁବନ ପ୍ରକାର। ସଜାଇବା ତୁମ ଯେତେ ପ୍ରସାଧନ ସୌନ୍ଦର୍ଯ୍ୟ ଠାରୁ ଦୂର, ସୌନ୍ଦର୍ଯ୍ୟ ଭିତରେ ଚରିତ୍ର ସୁନ୍ଦର ଜୀବନର ଅଟେ ସାର।। ■
ଚୁପଚୁପ କହେ କିଏ ହୋଇ ଭୟଭୀତ ଅନେକ ଗୁପତ, ଚୁପଚୁପ କହି କିଏ ଭାଙ୍ଗି ଦିଏ ଘର ଯେତେ ମିଛସତ। ଚୁପଚୁପ ହୋଇ ଚୋର ଚୋରୀ କରେ ପୁର ଅନ୍ଧାରେ ବହୁତ, ଚୁପଚୁପ ହୋଇ କିଏ ପୀରତି ବଢ଼ାଇ ହରି ନେଇ ଯାଏ ଚିତ୍ତ ।। ■