"ସଂସାର ଯାକର ସେନେହ ଶରଧା କେଉଁଠୁ ଆଣେ ସେ - ମା , ରୋଗ ବଇରାଗ କେତେ ମାନସିକ ଉପାସେ କରେ ସେ - ମା ।" @ ଶୁଭ୍ରାଂଶୁ ବେହେରା
" ଏଇ ଦେହ ଧୂଳି ଝାଡି ଦେଇଥାଏ ପିନ୍ଧା ପଣତରେ - ମା , ଅଇଁଠା ପାଟିକୁ କେଡେ ସରାଗରେ ପୋଛି ଦେଇଥାଏ - ମା ।" @ ଶୁଭ୍ରାଂଶୁ ବେହେରା
ବିଶ୍ଵାସର ଅର୍ଘ୍ୟଥାଳିରେ ଦୁକୁ ଦୁକୁ ଜଳୁଥିବା ସଳିତାଟିଏ - ମା , ମହାର୍ଘ ଜୀବନରେ ସେନେହର ମନ୍ଦାକିନୀଟିଏ - ମା । @ ଶୁଭ୍ରାଂଶୁ ବେହେରା
ସାତ ଜନମକୁ ସାଥୀ ହୋଇ ତୁମେ ଏଇମିତି ରହିଥାଅ , ପବିତ୍ର ସଂପର୍କ ଅନାବିଳ ପ୍ରେମେ ଚିରଦିନ ହସୁଥାଅ । @ଶୁଭ୍ରାଂଶୁ ବେହେରା
ଏକ ସାତ୍ତ୍ୱିକ ଚେତନାର ଆତୁର ଅନୁଭବଟିଏ - ମା , ପ୍ରତି ମୁହୁର୍ତ୍ତରେ ଅନ୍ତର ବୋଳା ଛାୟା ପଥଟିଏ - ମା । @ଶୁଭ୍ରାଂଶୁ ବେହେରା
✍️ କେମିତି କେଜାଣି ଶ୍ଵାସ ରୁଦ୍ଧ ଲାଗେ ରଖି ତାକୁ ହୃଦୟରେ , କଥାଟା ହେଉଛି ସେ ହୃଦୟରେ ଅଛି ହେଲେ ରହୁନାହିଁ ମୋ ସାଥୀରେ ।🙏🙏