I'm Snehalata and I love to read StoryMirror contents.
Share with friendsସ୍ୱର୍ଗଠୁ ଯାହାର ବିଶାଳ ହୃଦୟ ହୋଇପାରେ ଜଳବିନ୍ଦୁ .... କାନ୍ଦେ ମିଶାଇ ତୁ'ନିଜ କାନ୍ଧ ଥରେ ହୋଇଯା, ବୃଦ୍ଧରେ ବନ୍ଧୁ।।
ସନ୍ତାନର ସୁଖ ....ଜାହାପାଇ ସବୁ ଏମିତି ଦେବତା କାହିଁ ...!!! ନ'ମାଗିଲେ ମିଳେ ସରଗର ଚାନ୍ଦ ସେହି ,ଚଳନ୍ତି ପ୍ରତିମା ପାଇଁ।।
ଲୋଡ଼ା ନାହିଁ ମୋର ହସ୍ତିନା ଭୁବନ ଲୋଡ଼ା ନାହିଁ ଆଉ କିଛି ଯାହା ମୁଁ ଅର୍ଜିଛି ପିତୃ ପାଦ ସେବୀ ମୋ'ଠାରୁ ଧନିକେ ଅଛି ??।।
ସବୁ ଦୁଃସାହସ କୁ... ସାହସ ମୋ' ବାପା ସୁରକ୍ଷା ବଳୟ ଛାତି..... ନନ୍ଦିଘୋଷ ରଥେ....ମୁଁ ଜଗନ୍ନାଥ ହେଲେ ବାପା, ସେ ରଥେ ସାରଥୀ।।
ସଂସାର ଯାକର ସୁଖ ଦେବା ଲାଗି ଯେ'ହସି ପିଉଥାନ୍ତୁ ଲୁହ...!! ନିରବ ବାପାର ଗୁମୁରା କାନ୍ଦକୁ ବୁଝନ୍ତି କି' କେହି କୁହ ??।।