ମନ୍ଦକୁ ଛାଡ଼ି କି ଉତ୍ତମ ବାଛିବା
ପଙ୍କରୁ ପଦ୍ମ ଖୋଜି ଆଣିବା
ଅଜ୍ଞାନ ଛାଡ଼ି ଜ୍ଞାନକୁ ଆଦରିବା
ସଚେତନତା ବାର୍ତ୍ତା ବାଣ୍ଟିବା ।।
ସପନ ରାଜ୍ୟରେ ଏତେ ମାଦକତା
ଭୁଲି ପାରନ୍ତି ନି କେହି ,
ମାନ ଅଭିମାନ ଦୁଃଖ ସୁଖ ମଧ୍ୟେ
ଭାବ ଉଠିଥାଏ ଚେଇଁ ।
ତାଙ୍କୁ ପୂଜା କରି ଶାନ୍ତିରେ ରହିବା
ଦୁଃଖ ଆସିବନି କେବେ ,
ସରଗଠୁ ବଡ଼ ବାପା ମାଆ ଆମ
ଆଶିଷ ଅନେକ ଦେବେ ।
ଯେମିତି କରିବା ସେମିତି ପାଇବା
କର୍ମ ଅନୁସାରେ ଫଳ
ଭଲ କାମ କରି ଜ୍ଞାନକୁ ଅର୍ଜିଲେ
ମିଳିବ କେତେ ସୁଫଳ !
ଅଜ୍ଞାନ ରୂପକ ଅନ୍ଧକାର ଠାରୁ
ଦୂରେଇ ରହିଲେ ସର୍ବେ
ହୃଦୟ ଭିତରେ ସାହସ ବଢ଼ିବ
ଶାନ୍ତିର ପ୍ରଭାବ ଭାବେ ।
ସତଟିକୁ ମିଛ ମିଛଟିକୁ ସତ
ନୁହଁଇ ଉତ୍ତମ କାମ
ଏପରି କରିଲେ ଯନ୍ତ୍ରଣା ମିଳିବ
ମିଳିବ ନାହିଁ ସୁନାମ ।
ଏକତା ରହିଲେ ମଣିଷ ଭିତରେ
କ୍ଷମତାର ବୃଦ୍ଧି ହୁଏ
ହିଂସା ଘୃଣା ଲୋଭ ପରିହାର କଲେ
ଆତଙ୍କ ଦୂରେଇ ଯାଏ ।
ମଣିଷ ଜୀବନ ଦୀର୍ଘ ଯାତ୍ରା ପଥେ
ଚାଲିଥାଏ ଲକ୍ଷ୍ୟ ନେଇ
କର୍ତ୍ତବ୍ୟ ବୋଧର ଫଳ ନ ପାରି
ଉଠିଥାଏ ସଦା ଚେଇଁ ।।
ମଣିଷ ଜୀବନ ଦୀର୍ଘ ଯାତ୍ରା ପଥେ
ଚାଲିଥାଏ ଲକ୍ଷ୍ୟ ନେଇ
କର୍ତ୍ତବ୍ୟ ବୋଧର ଫଳ ନ ପାରି
ଉଠିଥାଏ ସଦା ଚେଇଁ ।।