ନିଜକୁ ଯିଏ ସମାଲୋଚନା କରିପାରନ୍ତି, ସେ ନିଶ୍ଚିତ ଉନ୍ନତିର ପଥରେ ଆଗେଇ ଯାଆନ୍ତି।
ସହିବାର ଗୋଟେ ସୀମା ଥାଏ ,
ସୀମା ଟପି ଗଲେ ସରଳ ,ନୀରିହ ମଣିଷଟିଏ ବି ଭୟଙ୍କର ଆକ୍ରୋଶରେ ପୂର୍ଣ୍ଣ ହୋଇଯାଏ।
କେହି କେବେ ନିଜ ଇଛା ରେ ବଦଳି ନଥାଏ,ପରିସ୍ଥିତିର ଚାପ ଓ ମିଳିଥିବା ଦୁଃଖ ତାକୁ ବଦଳିବାକୁ
ବାଧ୍ୟ କରିଦିଏ।
ନିଜର ଭାବନାକୁ ପ୍ରକାଶ କର ,ଯେଉଁଠି ତାର ମୂଲ୍ୟ ଅଛି।
ନହେଲେ ତୁମ ଆଖିର ଲୁହ ବି ଅନ୍ୟକୁ ପାଣି ଲାଗି ପାରେ।
ପ୍ରଥମ ଥର ମିଛ କହିବା ସହଜ,କିନ୍ତୁ ଏହା ପରେ କେବଳ ଅସୁବିଧା ଦିଏ।
ପ୍ରଥମ ଥର ସତ କହିବା କଷ୍ଟ ହେଇପାରେ, କିନ୍ତୁ ପରେ ଏହା
ଆରାମ ଦିଏ।
ସ୍ୱୀକାର କରିବାର ସାହସ
ଓ
ସୁଧାରିବାର ସଦିଛା
ଥିଲେ ମଣିଷ ଜୀବନରେ
ବହୁତ କିଛି
ଶିଖିପାରିବ।
ଶତ୍ରୁ ସୃଷ୍ଟି କରିବା ପାଇଁ ଲଢେଇ, ଝଗଡ଼ା କରିବା ଦରକାର ନାହିଁ, ନିଜର ପ୍ରାପ୍ୟ ମାଗିଲେ ଓ ସତ କହିବା ଜାରି ରଖିଲେ ହିଁ ,କେତେ ଶତ୍ରୁ ସୃଷ୍ଟି ହୋଇଯିବେ ,ନିଜ ପରିବାରରେ ବି ଅନେକ ମିଳିଯିବେ।
ଅତୀତର ଛୋଟ ଭୁଲକୁ ବର୍ତ୍ତମାନ
ସୁଧାରିନେଲେ ,ଭବିଷ୍ୟତରେ ବଡ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ନାହିଁ।
ଦେଇଥିଲେ ପାଇ ,ସହିଥିଲେ
କହି
ଏ ପଦର ସତ୍ୟତା ଜୀବନରେ
କେବେ ନା କେବେ
ଉପଲବ୍ଧି କରି ହେବ।