ମହୁ ଠାରୁ ଅଧିକ ମିଠା ଓ ବଂଶୀ ଠାରୁ ଅଧିକ ମଧୁର... ସୁଖରେ ଦୁଃଖରେ ସବୁବେଳେ ବଞ୍ଚିଥିବା ସୁନ୍ଦର ସଂପର୍କଟିଏ, ବନ୍ଧୁତା
ଲୋକଙ୍କୁ ନିଜର କ୍ଷତ ଦେଖାଇ ସହାନୁଭୂତି ସାଉଣ୍ଟିବାକୁ ଚେଷ୍ଟା କର ନାହିଁ, କାରଣ ଏହା ତୁମକୁ ଦୁର୍ବଳ କରିବା ସହ କିଛି ଲୋକଙ୍କୁ ଲୁଣ ଫିଙ୍ଗିବା ପାଇଁ ପ୍ରକୃଷ୍ଟ ସ୍ଥାନ ଦେଖାଇ ଦିଏ।
ଆଦିମ କାଳରେ ଲୋକମାନେ ପଶୁ ମାନଙ୍କୁ ଡରୁଥିଲେ, କିନ୍ତୁ ଆଜି ପଶୁମାନେ ଲୋକମାନଙ୍କୁ ଡରୁଛନ୍ତି। ପାର୍ଥକ୍ୟ ଅନୁଭବ କରନ୍ତୁ...
ଟେକ୍ନୋଲୋଜି ମଣିଷ ସମାଜକୁ ଏଭଳି ଏକ ମୋଡ଼କୁ ନେଇ ଆସିଛି, ଯେଉଁଠି ଟେକ୍ନୋଲୋଜି ସାହାଯ୍ୟରେ ମଣିଷ ସୁଖ, ସୁବିଧା ଓ ଆନନ୍ଦ ପାଇ ପାରିବ ସତ, କିନ୍ତୁ ଆନ୍ତରିକ ଶାନ୍ତି ପାଇଁ ଆତ୍ମୀୟ ସ୍ୱଜନ ଓ ପ୍ରିୟର ମଣିଷକୁ ମନେ ପକାଇବ।