ଧନ୍ୟ ତୁ ଲୋ ମାଆ ମାତୃତ୍ବରେ ତୋର
ଟିକଏ ବି ନାହିଁ ଭେଦ
ମୃତ୍ୟୁର ଶୀତଳ ହାତକୁ ଛୁଇଁ ବି
ପରଷୁ ଅମୃତ ସ୍ବାଦ
ଧନ୍ୟ ତୁ ଲୋ ମାଆ ମାତୃତ୍ବରେ ତୋର
ଟିକଏ ବି ନାହିଁ ଭେଦ
ମୃତ୍ୟୁର ଶୀତଳ ହାତକୁ ଛୁଇଁ ବି
ପରଷୁ ଅମୃତ ସ୍ବାଦ
ଏ ବରଷା ଧନ କାଲି କମି ଯିବ
ବରଷୁଛି ସିନା ଆଜି
ତୋର ଖୁସି ପାଇଁ ସାରାଜୀବନ ମୁଁ
ଲୁହେ ଭିଜିବାକୁ ରାଜି
ବଡ ହେଲା ପରେ କଅଣ କରିବୁ
ସେ କଥାକୁ ନାହିଁ ଚିନ୍ତା
ବାପା ଭିଜୁ ଥାଉ ଝଡ ବତାସରେ
ପୁଅ ମୁଣ୍ଡେ ଥାଉ ଛତା