ସମ୍ପର୍କ ଆରମ୍ଭ କରିବା ପୂର୍ବରୁ
ମନ ଖୋଲି ସବୁ ସତ କଥା କହି ଦିଅ
ନ ହେଲେ ଜୀବନ ବରବାଦ୍ ହେବା ପାଇଁ ବେଶୀ ସମୟ ଲାଗିବ ନାହିଁ !
ଆଜି କାଲି ଦେଖି ଚାହିଁକି ଦୟା
କରିବାକୁ ପଡିବ
ନ ହେଲେ କିଏ କାଳେ କେଉଁ ରାସ୍ତାରେ ଠକି ଦେଇ ଚାଲି ଯିବ !
ଆଜିର ମଣିଷ କର୍ମ କରିବା ବଦଳ ନିଜ ଭାଗ୍ୟକୁ
ହାତର ରେଖାରେ ଖୋଜୁ ଥାଏ !
ବାହାର ପ୍ରେମ ପାଇଁ
ନିଜ ବାପା,ମାଆଙ୍କର ଭଲ ପାଇବା କୁ' ବି
ମଣିଷ ଭୁଲି ଯାଇ ପାରେ !
ନିର୍ଜୀବ ବସ୍ତୁକୁ ମଣିଷ ବହୁ ମୂଲ୍ୟ ଦେଇ ଘରେ ସଜାଏ
ହେଲେ ସଜୀବକୁ ଘରୁ ବାହାର
କରି ଦିଏ !