ଜୀବନଟା ଆମ ପ୍ରେମରୁ ଆରମ୍ଭ
ପ୍ରେମ ତାର ସୀମା ହୀନ
ସବୁ ଶକ୍ତିର ମୋ ମାଆ ଅଧିକାରୀ
ତା ଦାନେ ଧନ୍ୟ ଜୀବନ
ନୂତନ ବନ୍ଧୁତ୍ୱ ଲାଗେ ସୁନ୍ଦର
ରଚଇ କବିତା ଦୂରଇ ଜ୍ୱାଳା
ଭୁଲିବନି କେବେ ପୁରୁଣା ବନ୍ଧୁ
କବିତା ଆଧାର ସେ ବର୍ଣ୍ଣମାଳା
ମିଠା ବଚନଟା ଅମୃତ କଳସ
ଲାଗଇ ସର୍ବେ ମଧୁର
ମଣିଷ ପ୍ରକୃତି ପ୍ରେମରେ ଭରିଲେ
ବନ୍ଧନ କରେ ଅଧୀର
ସତ୍ୟ ଶୁଣିବାରେ କୁଣ୍ଠିତ ହୁଅନି
ଦୁଃଖ କଷ୍ଟ ହେବ ଦୂର
ସବୁ ସମସ୍ୟାର ସିଏ ମୂଳ ମନ୍ତ୍ର
ଜୀବନେ ଆଣେ ସୁଧାର
ଚରିତ୍ର କହଇ ସ୍ଥାୟୀ ସ୍ଵଭାଵ
ଯଶ କୀର୍ତ୍ତି ସବୁ ଅର୍ଜିତ ଭାବ
ଦୁହିଁଙ୍କୁ କରିଲେ ଅନୁସନ୍ଧାନ
ଚରିତ୍ର ସବୁଠୁ ହୁଏ ମହାନ
ବିଶ୍ୱାସ ରଖିକି କରୁଥିବା ଯାତ୍ରା
ବୁଝକି ନ ବୁଝ ତାହା
ବିନା କଳ୍ପନାର ଫଳ ମିଳିଯିବ
ଦେଖିବ ଜୀବନ ରାହା
ସମସ୍ୟାକୁ ଯଦି କରିବା ସାଧନ
ମିଳିଯିବ ଆମେ ସବୁ ସମାଧାନ
ବନ୍ଧୁତ୍ୱର ନାହିଁ ପର କି ଡେ଼ଣା
ପ୍ରେମ ଭରିଥିଲେ ସମ୍ପର୍କ ବଣା
ପବିତ୍ରତା ଯଦି ହୃଦରେ ବସିବ
ହୋଇବ ଉତ୍ତମ ଧାମ
ତୀର୍ଥକ୍ଷେତ୍ର ଆଉ ଖୋଜା ହେବନାହିଁ
ଦେଖିବାକୁ ଚାରିଧାମ