ବଞ୍ଚିଥିଲେ ନିଆଁ ମରିଗଲେ ନିଆଁ
ସବୁ ଦିଅନ୍ତି ଆପଣା
ସ୍ୱାର୍ଥ ସରିଗଲେ ହୋଇ ଯାଏ ଦୂର
ଲାଗନ୍ତି ସବୁ ଅଜଣା
ଅନ୍ନ ପରଷି ତୃପ୍ତି ଦେବା
ପ୍ରଭୁଙ୍କ ଆଶୀଷ ଲଭିବା
ପୂଣ୍ୟ ପୁଟଇ ଭାଗ୍ୟ ପଥେ
ସୌଭାଗ୍ୟ ଗୃହିଣୀଙ୍କ ହାତେ
ତୁମରି ଭକ୍ତିରେ ଆତ୍ମା ହୁଏ ଶାନ୍ତି
ତୁମରି ସ୍ତୁତିରେ ମିଳିଥାଏ ମୁକ୍ତି
ଦୁଃଖ ହରି ଦିଅ ଜୀବନେ ଶକ୍ତି
ଜୟ ହନୁମାନ—ହେ ଭକ୍ତିର ମୂର୍ତ୍ତି
( ଜୟ ହନୁମାନ )
“ଶିବ ହିଁ ତ ସୂର୍ଯ୍ୟ, ଶିବ ହିଁ ତ ଚନ୍ଦ୍ର,
ସକଳ ଶକ୍ତି ଆଧାର
ତାଙ୍କ ମହିମାରେ ସବୁ ଆତଯାତ
ଶକ୍ତିରେ ସବୁ ସୁନ୍ଦର”
ସାଧନାରେ ଯଦି ହୋଇବା ଲିପ୍ତ
ବଢିବ ଆତ୍ମବିଶ୍ୱାସ
ଲକ୍ଷ୍ୟଟା ଆମର ହୋଇବ ପ୍ରାପ୍ତ
ଶାନ୍ତିରେ ନେବା ନିଶ୍ୱାସ
When we devote ourselves to practice,
Self-confidence begins to rise;
With dedication, we shall reach our goal,
And breathe in peace beneath the skies.
"ସକାରାତ୍ମକ ଚିନ୍ତା ସପନେ ରଖିବା
ଜୀବନ ହେବ ସୁନ୍ଦର
ଭବିଷ୍ୟ ହୋଇବ ସରସ ସୁନ୍ଦର
ନଥିବ କଷଣ ଭାର ”
“ସତ୍ୟ ଓ ଅହିଂସା ଅସ୍ତ୍ରର ପୂଜାରୀ
ହେ ମହାତ୍ମା ! ତୁମେ ନମନ
ତୁମରି ଆଦର୍ଶେ ଆଜି ଚାଲୁ ଥାଉ
ଭାରତ ହେଉ ମହାନ”
“ମାଆ ଠାରୁ ବଡ଼ ମାଆର ବିକଳ୍ପ
ମିଳିବା ବଡ଼ କଠିନ
ମାଆର ମମତା ଅମୂଲ୍ୟ ରତନ
ତା’ ବିନା ହୀନ ଜୀବନ”