ସବୁ ଦିନ ପାଇଁ କିଛି ରହିବନି
କାହିଁକି କର ଭାଳେଣି
ସବୁ ଚିନ୍ତା ଦୁଃଖ ସମ୍ପର୍କ ଶରୀର
ନିମିଷେ ଯିବ ମିଳେଇ
କର୍ମ ଭୁଲେ ନାହଁ କର୍ମକୁ ଆମର
ଥାଏ ତାର ପ୍ରତୀକ୍ଷାରେ
ଶୁଭ ମୁହୂର୍ତ୍ତରେ ସବୁକରେ ଦାନ
ନ ରଖି କିଛି ଅନ୍ତରେ
ସତ୍ୟ ଶୁଣିବାକୁ ଧୈର୍ଯ୍ୟକୁ ରଖିବା
ସୃଷ୍ଟି ହେବ ନୂଆ ସେତୁ
ସେହି ପଥେ ଯଦି ନିତି ଚାଲୁଥିବା
ରହିବନି କିଛି କିନ୍ତୁ
ସୁନା କଲମଟି ଯେବେ ମିଳିଥାଏ
ପୈତୃକ ସମ୍ପଦ ହୋଇ
ଜ୍ଞାନ ହୀନ ହେଲେ ଚାଲେନି କଲମ
ପେଡ଼ିରେ ଥାଏ ସେ ରହି
ଜୀବନଟା ଆମ ପ୍ରେମରୁ ଆରମ୍ଭ
ପ୍ରେମ ତାର ସୀମା ହୀନ
ସବୁ ଶକ୍ତିର ମୋ ମାଆ ଅଧିକାରୀ
ତା ଦାନେ ଧନ୍ୟ ଜୀବନ
ନୂତନ ବନ୍ଧୁତ୍ୱ ଲାଗେ ସୁନ୍ଦର
ରଚଇ କବିତା ଦୂରଇ ଜ୍ୱାଳା
ଭୁଲିବନି କେବେ ପୁରୁଣା ବନ୍ଧୁ
କବିତା ଆଧାର ସେ ବର୍ଣ୍ଣମାଳା
ମିଠା ବଚନଟା ଅମୃତ କଳସ
ଲାଗଇ ସର୍ବେ ମଧୁର
ମଣିଷ ପ୍ରକୃତି ପ୍ରେମରେ ଭରିଲେ
ବନ୍ଧନ କରେ ଅଧୀର
ସତ୍ୟ ଶୁଣିବାରେ କୁଣ୍ଠିତ ହୁଅନି
ଦୁଃଖ କଷ୍ଟ ହେବ ଦୂର
ସବୁ ସମସ୍ୟାର ସିଏ ମୂଳ ମନ୍ତ୍ର
ଜୀବନେ ଆଣେ ସୁଧାର
ଚରିତ୍ର କହଇ ସ୍ଥାୟୀ ସ୍ଵଭାଵ
ଯଶ କୀର୍ତ୍ତି ସବୁ ଅର୍ଜିତ ଭାବ
ଦୁହିଁଙ୍କୁ କରିଲେ ଅନୁସନ୍ଧାନ
ଚରିତ୍ର ସବୁଠୁ ହୁଏ ମହାନ