ତୁମେ ହିଁ ଜୀବନ ତୁମେ ହିଁ ପ୍ରାଣ,
ସୃଷ୍ଟିର ହିଁ ତୁମେ ଜ୍ଞାନ
ସ୍ୱର୍ଗ ମର୍ତ୍ତ୍ୟର ଅନନ୍ତ କାହାଣୀ
ଛାର ମାନବ ଅଜ୍ଞାନ
ଅତୀତ ଦୁଃଖରେ ଦୁଃଖୀ ହେବନାହିଁ
ଆସିଛି ନୂଆ ସକାଳ
ନୂଆ ସୁଯୋଗରେ ନୂତନ ଦିଗନ୍ତ
କରଇ ଆମେ ସବଳ
“ କିଛି ଉପହାର ଖାଲିରେ ମିଳେନି,
କରିବାକୁ ପଡ଼େ କର୍ମ
ପରିଶ୍ରମେ ଆମ ଫୁଟେ ପାରିଜାତ
ସତ୍କର୍ମ ହିଁ ଶ୍ରେଷ୍ଠ ଧର୍ମ ”
ଜୀବନ ସ୍ପର୍ଶରେ କିଛି ଲାଭ ନାହିଁ
ଆତ୍ମାକୁ କର ସନ୍ତୋଷ୍ଟ
ପ୍ରତି ଅଧ୍ୟାୟରେ ଜୀବନଟା ସାଥୀ
ଆତ୍ମାକୁ ନଦେଲେ କଷ୍ଟ
ଜୀବନ ଆମର ଏକ ଚଲାପଥ
ଆଗକୁ ଆମେ ବଢ଼ିବା
ହେଉ ସେ ଖାବୁଡ଼ା କିବା ସମତଳ
ସ୍ମୃତିକୁ ହାତେ ଗଢ଼ିବା
ଉଡ଼େ ତିରଙ୍ଗା ସୀମାନ୍ତ ଦେଶେ
ରହିଛି ଅଭିଯାନ
ଭାରତ ମାତା ବୀର ସୈନିକ
ସଦା ତୁମେ ନମନ
ଅଜ୍ଞାନ କାଳରୁ ସାହସ ଭରିଲେ
ହାତକୁ ଆମର ଧରି
ଜୀବନ ପଥରେ ବାପା ହିଁ ନାବିକ
ସଭିଙ୍କ ଜୀବନ ତରୀ
“ ମସ୍ତିଷ୍କ ଶରୀର କରି ସଂଯୋଗ
ଯୋଗ କରିଥାଏ ସବୁ ବିୟୋଗ
ଯୋଗ ପାଇଁ ହେବା ସଦା ସଜାଗ
ସ୍ୱାସ୍ଥ୍ୟକୁ ରଖିବା ଆମେ ନିରୋଗ ”
ସମୟର ସାଥେ ଚାଲ କି ନ ଚାଲ
ଚାଲୁଥାଅ ସତ୍ୟ ପଥେ
ସମୟଟା ଆପେ ସାଥୀରେ ଚାଲିବ
ନଥିଲେ କିଛି ବି ହାତେ