Dhaneswar Dash
Literary Brigadier
AUTHOR OF THE YEAR 2021 - NOMINEE

143
Posts
0
Followers
0
Following

None

Share with friends
Earned badges
See all

ସୁନ୍ଦର ଫୁଲର ଆକର୍ଷଣ ଅତି ମୋହି ନେଉଥାଏ ମନ, ସେ ଫୁଲର ବାସେ ଭ୍ରମର ଭ୍ରମନ୍ତି ଦେଖି ଫୁଲ ଆକର୍ଷଣ ।

ମନୁଷ୍ଯର ସୁଖ ଶାରୀରିକ ସୁସ୍ଥ ହାତ ଗୋଡ ଚଳୁ ମରିବା ଯିଏ, ରୋଗ ବ୍ଯାଧି ନେଇ ଅସୁସ୍ଥ ଶରୀର ମଲାବେଳେ କଷ୍ଟ ଅନେକ ଦିଏ, ମନର ଶାନ୍ତି ହିଁ ଶାନ୍ତି, ଆବିଳତା ପୁର୍ଣ୍ଣ ମନୋଭାବ ଥିଲେ ବଞ୍ଚିରହିବାଟା ବହୁ ଅଶାନ୍ତି।

ବାର ହାତେ ଶାଢୀ ଆଗେ ପିନ୍ଧୁଥିଲେ କାନ୍ଧକୁ ନିଅଣ୍ଟ ପଣତକାନୀ, ମିଟରେ କପଡା ବଳକା ହେଉଛି ଲଜ୍ଜା ନିବାରଣେ ଯଥେଷ୍ଟ ପୁଣି।

ଯଦି କେହି କିଛି କୁହେନାହିଁ, ତାହାର ଅର୍ଥ ଇଏ ନୁହେଁ କି ସେ କିଛି ଜାଣେନାହିଁ । ବେଳେବେଳେ ମନୁଷ୍ୟ ସବୁ ଜାଣି ମଧ୍ୟ ଚୁପ୍ ରୁହେ ସମୟର ଅପେକ୍ଷାରେ । କାହିଁକି ନା, ସମୟ ସବୁଠାରୁ ବଳବାନ । 🙏ଜୟ ଶ୍ରୀଜଗନ୍ନାଥ🙏

ସ୍ବର୍ଗ ନର୍କ ସବୁ ଏଇଠାରେ ଅଛି ପାପ ପୂଣ୍ଯ ହେବ ଭୋଗ, ମୃତ୍ଯୁପରେ ଜୀବ ପରମ ପଥରେ ନବକଳେବର ହେବ ।

ଭାବନାରେ ବୁଡେ ବ୍ୟାକୁଳତା ବଢେ ଭାବନା ଅନ୍ତ ବିହିନ, ଭାବନା ରହିତ ପୂର୍ଣ୍ଣ ଅବକାଶ ଚେତନା ଜାଜୁଲ୍ୟମାନ।

ମନ ଚୋର କେବେ ଆଖିରେ ଚୋରାଇ ହୃଦୟରେ ବାନ୍ଧି ରଖେ, ଆଉ କେବେ ଚିତ୍ତ ଚୋରି କରିନେଇ ରୁହେ ନିଶ୍ବାସେ ପ୍ରଶ୍ବାସେ ।

କଥା କହିବାକୁ ମନ ହେଉନାହିଁ ଏମିତି କଥା ସେ କହୁଛି, ରାତି ପାହିଲେ ପୁଣି ମୁହଁ ଦେଖାଦେଖି ଅନ୍ତର ମନଟା ଦହୁଛି।

ଯାୟା କାୟା ମାୟା ଜକଡି ଧରୁଛି ଅନୁଭବି ଏକା ଜାଣେ, ସେ ମାୟାରେ ପଡି ଆଣ୍ଠୁ ଗଣ୍ଠି ଛିଡି ହୁଅନ୍ତି ଲହୁଲୁହାଣେ।


Feed

Library

Write

Notification
Profile