ସମ୍ପର୍କର ମୂଲ୍ୟ ବୁଝୁ ନ ଥିବା ଲୋକ ପାଖରେ ନିଜର ମୂଲ୍ୟବାନ ସମୟ ଖର୍ଚ୍ଚ କରିବା ଅନୁଚିତ l
ନିଜ ଲୋକଙ୍କଠାରୁ ଯେତିକି ସମୟ ମିଳୁଛି ସେତିକିରେ ସନ୍ତୁଷ୍ଟ ହେବା ଭଲ, କାରଣ ଜୋର ଜବରଦସ୍ତ ମାଗି ବ୍ୟବହାର କରିବାରେ ଭଲ ପାଇବା କମିଯାଇଥାଏ l
ନିଜ ଲୋକଙ୍କଠାରୁ ଯେତିକି ସମୟ ମିଳୁଛି ସେତିକିରେ ସନ୍ତୁଷ୍ଟ ହେବା ଭଲ, କାରଣ ଜୋର ଜବରଦସ୍ତ ମାଗି ବ୍ୟବହାର କରିବାରେ ଭଲ ପାଇବା କମିଯାଇଥାଏ l
ଆସିଲା ନବ ବରଷ
ଆଣିଲା ପ୍ରେମର ସ୍ପରଶ
ସକଳ ଦୁଃଖର ହେଉ ବିନାଶ
ଆସିଲା ନବ ବରଷ
ମନରେ ଜାଗୁ ନବ ଆଭାଷ
ଜୀବନ ହେଉ ସଦା ସରସ
ଆସିଲା ନବ ବରଷ l
ଫୁଲ ପରି ତୁମ ସାହିତ୍ୟ ସାଧନା
ବାସେ ଚଉଦିଗ ସାରା
ମହୁ ପରି ତୁମ କବିତାର ମଧୁ
ପ୍ରତିଭା ସୁନେଲି ଖରା ll
four things to choose in your life....
1- kindness,2- love, 3- gratitude, 4- yourself
ପାହିଲା ରଜନୀ ତେଜିଲା ଧରଣୀ
ସୁଶୋଭିତ ବସୁନ୍ଧରା
କାକଳି କୁଜନ ତୋଷି ଜନ ମନ
ରବି କରେ ଶୋଭେ ଧରା ll
ପ୍ରତି ସକାଳର ଶୁଭାରମ୍ଭ ହୁଏ
ଦେଖି ତୁମ ଚକାନୟନ ,
ତୁମରି ନାମକୁ ଭଜୁଥିବି ମୁଁହି
ଥିବାଯାଏ ଦେହେ ପରାଣ।।
ତୁମ ହୃଦୟେ ଛାପ ଛାଡ଼ି ଆସିଲା ପରେ
ମୁଁ ଆଉ ମୋର ହେଇକି ନ ଥିଲି,
ସେଇ ଛାପ ଭଳି ମୁଁ ବି ତୁମ ହୃଦୟେ ରହିଗଲି l
ତୁମ ଜାଣିବାରେ ବୋଧେ ବିଳମ୍ବ ହେଲା
ମନ ମୋର ତୁମର ହେଇ ସାରିଥିଲା
ବାକି ଥିଲା ଓଠ ଖୋଲି କହିବାର ବେଳ
ଯେଉଁଟା ନ କହି ଅବ୍ୟକ୍ତ ହେଇ ରହିଗଲା l