ପ୍ରିୟା ମୋର କହେ ପ୍ରେମ କରିବାର
ବୟସ ଗଲାଣି ଗଡି,
ସେ କାହୁଁ ବୁଝିବ ସଚ୍ଚା ପ୍ରେମିକକୁ
ବାନ୍ଧିପାରେ ନାହିଁ ଘଡି।
ପ୍ରିୟା ମୋର କହେ ପ୍ରେମ କରିବାର
ବୟସ ଗଲାଣି ଗଡି,
ସେ କାହୁଁ ବୁଝିବ ସଚ୍ଚା ପ୍ରେମିକକୁ
ବାନ୍ଧିପାରେ ନାହିଁ ଘଡି।
ତୁମ ଗାଆଁର ସେ ଅନ୍ଧାର ଗୋହିରୀ
ପୁନେଇ ପରାଏ ହସେ,
ତୁମ ଗାଆଁ ଦାଣ୍ଡ ପଳାଶ କୁସୁମ
ସ୍ବର୍ଣ ଚମ୍ପା ପରି ବାସେ॥
ତୁମ ଗାଆଁର ସେ ଅନ୍ଧାର ଗୋହିରୀ
ପୁନେଇ ପରାଏ ହସେ,
ତୁମ ଗାଆଁ ଦାଣ୍ଡ ପଳାଶ କୁସୁମ
ସ୍ବର୍ଣ ଚମ୍ପା ପରି ବାସେ॥
ୟାଡୁ ସାଡୁ ଭାବୁ ଭାବୁ
ଲେଖିଦେଲି ଦୁଇ ଧାଡି ଗୀତ
ଗୀତ ଫିତ ଯା’ ହେଉ
ଭେଟି ଏକ ତୋ’ ପାଇଁ ମିତ॥
ପିଞ୍ଜରା ଭିତର ଚେନାଏ ଆକାଶ
କାନେ କହୁଥାଏ ମୋର,
ଆବଦ୍ଧ ନୁହଁଇ ତୋହର ଦୁନିଆ
ସାରା ଆକାଶଟା ତୋର
ବୈଶାଖର ନିଆଁ ଲିଭାଇବା ଲାଗି ଆଷାଢର କଲି ଆଶା,
ଜଳ ବଦଳରେ ଅନଳ ଅସରା
ଅସହ୍ଯ ହେଲାଣି ତୃଷା
ଭସା ବାଦଲର କେଉଁ ଭରସା
ଆଜି ଏଇଠି ତ କାଲି କେଉଁଠି,
ସେଇ ତା ଠିକଣା ସେଇ ତା ବାସ
ଜ୍ବଳନ ବା ତୃଷ୍ଣା ଥାଏ ଯେଉଁଠି।
ଆହେ ଇଚ୍ଛାମୟ ଇଚ୍ଛା ମୋ ଏତିକି
ତବ ଇଚ୍ଛା ହେଉ ପୂର୍ଣ୍ଣ,
ଆନ ଏକ ଇଚ୍ଛା ଇଚ୍ଛଇ ହେ ଈଶ
ମନ ହେଉ ଇଚ୍ଛା ଶୂନ୍ଯ।