ଭୟରୁ ହିଁ ନିରାପତ୍ତାର ମୂଳଦୁଆ ପଡେ ।
ଏକ ଦୁର୍ବଳ ଏବଂ ଆଳସ୍ୟ ପରାୟଣ ମନରେ ଉନ୍ନତ ମାନର ଚିନ୍ତାଧାରା ସୃଷ୍ଟି ହୋଇ ପାରେନା ।
ଯେଉଁଠାରେ ପ୍ରେମ ନାହିଁ ସେଠାରେ ଶାନ୍ତି ନାହିଁ ଏବଂ ଯେଉଁଠାରେ ଶୁଦ୍ଧତା ନାହିଁ ସେଠାରେ ପ୍ରେମ ନାହିଁ ।
ପ୍ରଶଂସାରେ ଖୁସି ହେଉଥିବା ବ୍ୟକ୍ତି ଅତି ସହଜରେ ନିନ୍ଦାରେ ଆଘାତ ପ୍ରାପ୍ତ ହୋଇଥାନ୍ତି ।
ଥଣ୍ଡା ମିଜାଜର ବ୍ୟକ୍ତିକୁ ବୋକା ବନେଇବା ଏତେ ସହଜ ନୁହେଁ ।
ନିଜ ଭିତରେ ଯିଏ ଶାନ୍ତି ସୁଖ ଅନୁଭବ କରି ପାରିନାହିଁ, ସେ ଜଗତରେ କୌଣସି ସ୍ଥାନରେ ଶାନ୍ତି ପାଇ ପାରିବ ନାହିଁ ।
କାହା ଭାଗ୍ୟରେ ଖିରି ଖିରିସା
କାହା ଭାଗ୍ୟରେ ଲଡୁ ।
ଆମ ଭାଗ୍ୟରେ ଖାରିଆ ଖଡା
ଚୋବେଇ ଚୋବେଇ ମରୁ ।।