@rabinarayan-senapati

Rabinarayan Senapati
Literary Colonel
AUTHOR OF THE YEAR 2020 - NOMINEE

94
Posts
1
Followers
1
Following

I am 57 years old. I am an Obstetrician and Gynaecologist. I am a bilingual writer writing in Odia and English.

Share with friends

ମନେହୁଏ ଘୃଣା ତତ୍କ୍ଷଣ ବଳଶାଳୀ ହେଲେ ମଧ୍ୟ ଏହା ଅଳ୍ପାୟୁଷ। କିନ୍ତୁ ସ୍ନେହଶ୍ରଦ୍ଧା ଏତେ ସ୍ବଭାବିକ ଯେ ମଣିଷ ତାହାର ଗୁରୁତ୍ୱ ନବୁଝିଲେ ମଧ୍ୟ ଏହା ଚିରନ୍ତନ।

କିଛି ବୁଦ୍ଧିବାଟ ଦିଶୁ ନଥିବା ବେଳେ ଦୁର୍ବୁଦ୍ଧି ବାଟ କଢାଏ, ଦୁଷ୍ଟଶକ୍ତି କବଳିତ କରେ । 

ଦୁନିଆରେ ଦୁଇଟି ଦୁଃଖ । ପ୍ରଥମଟି ହେଲା, ଚାହୁଁଥିବା ଜିନିଷ ବା ପରିସ୍ଥିତି ନପାଇବା ଓ ଦ୍ୱିତୀୟଟି ହେଲା ସେଇଟି ମିଳିଯିବା।

ଗଳ୍ପର ନିୟନ୍ତ୍ରଣରେ ଗାଳ୍ପିକ ରହିବା ଏବଂ ଗଳ୍ପକୁ ଗାଳ୍ପିକ ନିୟନ୍ତ୍ରଣ କରିବା ମଧ୍ୟରେ ପ୍ରଥମଟି ଶ୍ରେୟସ୍କର ବୋଧହୁଏ।

କୌଣସି କଥା ଅନ୍ୟ ଏକ କଥା ସହିତ ମିଶାଇ ଭାବିଲେ ଚଳିବ ନାହିଁ, ଯଦିଓ ପ୍ରତି ଟିକି ଟିକି କଥା ଆଦୌ ସ୍ବାଧୀନ ନୁହନ୍ତି। ନିଜ ସମୟ ନିଜେ ଖୋଜି ନିଅନ୍ତି ହେବାକୁ ଥିବା ଘଟଣା ମାନ।

 ସବୁଥର ମାଂସ ଖାଇଲେ ଭାବନ୍ତି, ଆଜି ରାତିରେ ଛେଳି ତାଙ୍କ ହୃଦୟରେ ବୋବାଳି ଛାଡିବ ଓ ସେ ତେଣିକି ଭଲ ମଣିଷ ହେବା ନିଶ୍ଚିତ, ମହାତ୍ମା। 

ବିଡମ୍ବନା, ଦ୍ବନ୍ଦାତ୍ମକ ଭାବନାରୁ ଯେଉଁଟି ନିଜ ଅହଂର ପରିପନ୍ଥୀ ତାହା ଏଡେଇଯାଏ ମଣିଷ।

ଜଣେଲୋକ ଯେମିତି ଜିଦଖୋର ହୋଇପାରେ ସେମିତି ସମୟେ ସମୟେ ଏକ ସମୁହ ସମାଜବି ଜିଦ୍'ର ନିଶାରେ ଚୁର୍ ହୋଇଯାଏ।

ମା ସବୁବେଳେ ନିଜପାଇଁ କମ ଓ ସନ୍ତାନ ପାଇଁ ଅଧିକ ଚିନ୍ତା କରେ। ସେ, ଏ କୀଟ ମାନଙ୍କ ଆହାର ହେବା ଯଦି ପ୍ରକୃତିର ନିୟମ ତାହାହିଁ ହେଉ। ମାଆଟି ଏବେ ଏତେଗୁଡିଏ ଛୁଆ ମଧ୍ୟରେ ଜୀବିତ।


Feed

Library

Write

Notification
Profile