I am 57 years old. I am an Obstetrician and Gynaecologist. I am a bilingual writer writing in Odia and English.
Share with friends
ମନେହୁଏ ଘୃଣା ତତ୍କ୍ଷଣ ବଳଶାଳୀ ହେଲେ ମଧ୍ୟ ଏହା ଅଳ୍ପାୟୁଷ। କିନ୍ତୁ ସ୍ନେହଶ୍ରଦ୍ଧା ଏତେ ସ୍ବଭାବିକ ଯେ ମଣିଷ ତାହାର ଗୁରୁତ୍ୱ ନବୁଝିଲେ ମଧ୍ୟ ଏହା ଚିରନ୍ତନ।
ଦୁନିଆରେ ଦୁଇଟି ଦୁଃଖ । ପ୍ରଥମଟି ହେଲା, ଚାହୁଁଥିବା ଜିନିଷ ବା ପରିସ୍ଥିତି ନପାଇବା ଓ ଦ୍ୱିତୀୟଟି ହେଲା ସେଇଟି ମିଳିଯିବା।
କୌଣସି କଥା ଅନ୍ୟ ଏକ କଥା ସହିତ ମିଶାଇ ଭାବିଲେ ଚଳିବ ନାହିଁ, ଯଦିଓ ପ୍ରତି ଟିକି ଟିକି କଥା ଆଦୌ ସ୍ବାଧୀନ ନୁହନ୍ତି। ନିଜ ସମୟ ନିଜେ ଖୋଜି ନିଅନ୍ତି ହେବାକୁ ଥିବା ଘଟଣା ମାନ।
ସବୁଥର ମାଂସ ଖାଇଲେ ଭାବନ୍ତି, ଆଜି ରାତିରେ ଛେଳି ତାଙ୍କ ହୃଦୟରେ ବୋବାଳି ଛାଡିବ ଓ ସେ ତେଣିକି ଭଲ ମଣିଷ ହେବା ନିଶ୍ଚିତ, ମହାତ୍ମା।