KRUTIBAS NAYAK
Literary Colonel
AUTHOR OF THE YEAR 2021 - WINNER
676
Posts
46
Followers
0
Following
-ଡକ୍ଟର କୃତ୍ତିବାସ ନାୟକ, (02-03-1955)
ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ | ସାହିତ୍ୟର ବିଭିନ୍ନ ବିଭାବରେ ସେ କଲମ ଚଳାଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି | 1983ରେ ସେ ଆକାଶବାଣୀର ଜଣେ ସଫଳ ଗୀତିକାର ଭାବେ ସ୍ୱୀକୃତ | ତାଙ୍କର ଅସଂଖ୍ୟ ଗୀତିକବିତା ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଆକାଶବାଣୀ ଓ ଦୂରଦର୍ଶନ ତଥା ପ୍ରାର୍ଥନା... Read more
-ଡକ୍ଟର କୃତ୍ତିବାସ ନାୟକ, (02-03-1955)
ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ | ସାହିତ୍ୟର ବିଭିନ୍ନ ବିଭାବରେ ସେ କଲମ ଚଳାଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି | 1983ରେ ସେ ଆକାଶବାଣୀର ଜଣେ ସଫଳ ଗୀତିକାର ଭାବେ ସ୍ୱୀକୃତ | ତାଙ୍କର ଅସଂଖ୍ୟ ଗୀତିକବିତା ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଆକାଶବାଣୀ ଓ ଦୂରଦର୍ଶନ ତଥା ପ୍ରାର୍ଥନା ଚାନେଲରେ ପ୍ରଚାରିତ ଓ ପ୍ରସାରିତ ହୋଇଛି | ବାଲିମେଳା ଓ ଜୟପୁରରୁ ପ୍ରକାଶ ପାଇଥିବା ଶିଶୁନୟନ, ଆମେ ଶିଶୁ ଓ ଶିଶୁ ରାଇଜ ପ୍ରଭୃତି ଶିଶୁ-ପତ୍ରିକାର ସେ ଥିଲେ, ସଫଳ ସଂପାଦକ | 1989ରୁ ସେ ଆକାଶବାଣୀର କାର୍ଯ୍ୟକ୍ରମ ନିଷ୍ପାଦକ ଭାବେ ଓ 2003 ରୁ ସହ ନିର୍ଦେଶକ ଭାବେ ଓଡ଼ିଶାର ବିଭିନ୍ନ କେନ୍ଦ୍ର ମୁଖ୍ୟଭାବେ କାର୍ଯ୍ୟ ତୁଲାଇଥିଲେ | ଆକାଶବାଣୀ ଜୟପୁର କେନ୍ଦ୍ରର ନିର୍ଦ୍ଦେଶକ ପଦବୀରୁ ସେ 2015ରେ ଅବସର ଗ୍ରହଣ କରିଛନ୍ତି | ଶିଶୁ-ସାହିତ୍ୟ ପୁସ୍ତକ “ବଣଭୋଜି” ପାଇଁ 1992ରେ ଏବଂ “ଫୁଲସବୁ ଫୁଟିଲେ” ପୁସ୍ତକ ପାଇଁ 1999ରେ ସେ ଜାତୀୟ ଶିଶୁ-ସାହିତ୍ୟ ପୁରସ୍କାର ଲାଭ କରିଛନ୍ତି | ତାଙ୍କର ଉପନ୍ୟାସ ଶୁଭଲକ୍ଷ୍ମୀ ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଶ୍ରେଷ୍ଠ ଉପନ୍ୟାସ ଭାବେ ବିବେଚିତ ହୋଇଥିଲା | ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କରକମଳରୁ ସେ ଜାତୀୟ ପୁରସ୍କାର 2003ରେ ଗ୍ରହଣ କରିଛନ୍ତି | ତାଙ୍କର ହଜାର ହଜାର ଶିଶୁ-ଗପ ଓ କବିତା ଓଡ଼ିଶାର ସମସ୍ତ ପତ୍ର ପତ୍ରିକାରେ ପ୍ରକାଶ ପାଇଛି | ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ତାଙ୍କର ଲେଖା ଏବେ ପିଲାମାନେ ପଢ଼ିବାର ସୁଯୋଗ ପାଉଛନ୍ତି | ଅରୁଣ ତରୁଣ ଭ୍ରାମ୍ୟମାଣ ସଂଗଠନ ଗଠନ କରି ସେ ଶିଶୁ-ସାହିତ୍ୟର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି | ବିଭିନ୍ନ ସୂଚନା ସାହିତ୍ୟ ତଥା ରୂପକ ସାହିତ୍ୟ ଓ ଗୀତିକବିତା ପୁସ୍ତକ ତାଙ୍କୁ ବେଶ ଲୋକପ୍ରିୟତା ଆଣିଦେଇଛି | ତାଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ପ୍ରେରଣା ପୁସ୍ତକରେ ତାଙ୍କରି କୃତି ଓ କୃତିତ୍ୱ ସଂପର୍କରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଆଲେଖ୍ୟ ପ୍ରକାଶିତ | ତାଙ୍କର ଜୀବନୀ ମୂଳକ ପୁସ୍ତକ ସୃଜନ ସଂଳାପ ଓ ଅମୃତ ଅନୁଭବ ପ୍ରକାଶ ପାଇଛି | ତାଙ୍କ ଜୀବନ ଚରିତକୁ ଆଧାର କରି ବିଶିଷ୍ଟ ବଙ୍ଗଳା ଲେଖକ ସ୍ୱପ୍ନମୟ ଚକ୍ରବର୍ତ୍ତୀଙ୍କ ଦ୍ୱାରା ରଚିତ “ନବମ ପର୍ବ” ଶୀର୍ଷକ ଉପନ୍ୟାସ ଆନନ୍ଦ ବଜାର ପ୍ରକାଶନୀ, କଲିକତା ପ୍ରକାଶ କରିଛନ୍ତି | ତାଙ୍କ ରଚିତ ବିଭିନ୍ନ ସ୍ୱାଦର ଅସଂଖ୍ୟ ନାଟକ ଓ ନାଟିକା ତଥା ତଥ୍ୟଭିତ୍ତିକ ରୂପକ ଆକାଶବାଣୀରେ ପ୍ରସାରିତ ହୋଇଛି, ଝଙ୍କାର ପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇ ବେଶ ଲୋକପ୍ରିୟତା ହାସଲ କରିଛି | ଓଡ଼ିଶାର ଶତାଧିକ ସାହିତ୍ୟ ସଂଗଠନରୁ ସେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି | ଜାତୀୟ ପୁସ୍ତକ ନ୍ୟାସ ତରଫରୁ ଓ ଗାୟତ୍ରୀ ପରିବାର ତରଫରୁ ଅନେକ ଗୁଡ଼ିଏ ପୁସ୍ତକ ସେ ଅନୁବାଦ କରିଛନ୍ତି | ତିନିଖଣ୍ଡ ଉପନ୍ୟାସ, ପାଞ୍ଚଖଣ୍ଡ ଗଳ୍ପ ସଂକଳନ, ଦୁଇଖଣ୍ଡ ବ୍ୟଙ୍ଗକବିତା ସଙ୍କଳନ, ପାଞ୍ଚଖଣ୍ଡ ନାଟକ/ନାଟିକା ସଂକଳନ ଓ ଏଗାର ଖଣ୍ଡ ଗୀତିକବିତା ପୁସ୍ତକ ସମେତ 2020 ସୁଦ୍ଧା ତାଙ୍କର 180 ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି | ଏହା ବ୍ୟତୀତ ତାଙ୍କଦ୍ୱାରା ସଂପାଦିତ ଅନେକ ଗୁଡ଼ିଏ ସଂକଳନ ତଥା ସ୍ମରଣିକା ପ୍ରକାଶିତ | 2010 ମସିହାରୁ ଆଜିଯାଏ ନିତ୍ୟ-ନୂତନ ଶୀର୍ଷକରେ ସେ ପ୍ରତିଦିନ ଗୋଟିଏ ନୂଆ କବିତା ବା ଗୀତି କବିତା ଫେସବୁକ ମାଧ୍ୟମରେ ପ୍ରେରଣ କରି ହଜାର ହଜାର ପାଠକଙ୍କୁ ଆମୋଦିତ କରି ଆସୁଛନ୍ତି | ସଂପ୍ରତି ଭୁବନେଶ୍ୱରରେ ରହି ସାହିତ୍ୟ ସେବାରେ ବ୍ରତୀ | Read less
Share with friends