ବାପଘରେ ଝିଅ ପର ଦରବ,
ଆଉ ଶାଶୁ ଘରେ ପର ଝିଅ,
ତାହେଲେ ତାର ନିଜର କିଏ ?
ମହଣ ମହଣ ସୁନାରେ ସଜେଇ,
ବସିବୁ କାଳିଆ ହାତୀ।
ବିନା ଭକତରେ କିଏସେ ଦେଖିବ,
ତୋ ସୁନ୍ଦର ରୂପ କାନ୍ତି।
ମଣିଷ ଜୀବନର ସବୁଠାରୁ ଜନ୍ତ୍ରଣା ଦାୟକ ଅବସ୍ଥା ହେଉଛି ବାର୍ଦ୍ଧକ୍ୟ ।
ଯାହାଠି ଦୋଷ ଦୁର୍ବଳତା ଭରି ରହିଥାଏ,
ସେ ସବୁବେଳେ ଅନ୍ୟର ଦୋଷକୁ ହିଁ ଦେଖେ।
ଥରେ ଯଦି ମନରେ ସନ୍ଦେହର ମଞ୍ଜି ବୁଣି ହେଇଗଲା, ସେ ତାର ଡାଳ ପତ୍ର ମେଲେଇ ଏକ ମହାଦ୍ରୁମରେ ପରିଣତ ହୁଏ।
ବରଷା କା ଲାଗି ଆଣେ ଭିଜା ସ୍ମୃତି,
କାହା ଲାଗି ଆଣେ ବ୍ୟଥା ।
କିଏ ଭାସୁଥାଏ ପ୍ରେମର ନାଆରେ,
କିଏ ଗାଏ ବିରହ ଗାଥା ।
ବୁଝେଇ ହୁଏନା ଅବୁଝା ମନକୁ,
ବୁଝେନା ସେ ଭଲ ମନ୍ଦ।
ସେ କାହୁଁ ବୁଝିବ ବାମନ ହାତକୁ,
ଆସେକି ସରଗ ଚାନ୍ଦ।
ସୁଖ ଆଉ ଦୁଃଖ, ହସ ଆଉ ଲୁହ,
ଦୁହେଁ ତ ଦୁହିଁଙ୍କ ପାଇଁ।
ଜଣକୁ ଛାଡିଲେ ଅନ୍ୟ ଜଣଙ୍କର,
ମାନେ ବୋଧେ କିଛି ନାହିଁ।
ହସକୁ ପଚାର ଲୁହର ଠିକଣା,
କହି ପାରିବକି ସିଏ,
ଫୁଲର ପାଖରୁ ଭ୍ରମର ଠିକଣା,
ପାଇଛିକି କେବେ କିଏ ?