ସମାଜ କଅଣ କହିବ ବୋଲିକି
ଯଦି ଭାବନ୍ତେ ଆମ କଳ୍ପନା
କିପରି ବୁଲନ୍ତେ ତାରା ରାଇଜରେ
କିପରି କରନ୍ତେ ନାଆଁ।
ସମାଜ କଅଣ କହିବ ବୋଲିକି
ଯଦି ଭାବିଥାନ୍ତେ ଆରୁଣୀମା
କିପରି କହନ୍ତେ ଚଢି ହିମାଳୟ
କି ସୁନ୍ଦର ଧରଣୀ ମା।
ସମାଜ କଅଣ କହିବ ବୋଲିକି
ଯଦି ଭାବିଥାନ୍ତେ ପିଭି ସିନ୍ଦୁ
କିପରି ବାନ୍ଧନ୍ତେ ଗଳାରେ ପଦକ
ସାଜିଥାନ୍ତେ ଗର୍ବ ବିନ୍ଦୁ।
କେବେ ପାଖୁଡା ଠାରୁ ବି କୋମଳ
କେବେ ସାଜେ ହିଂସ୍ର ସିଂହୀ
କେବେ ଶାନ୍ତିର ପ୍ରତୀକ
କେବେ ନାରାୟଣୀ ତୁହି।
ଦୁଃଖ ସେତେବେଳେ ଲାଗେ ଯେତେବେଳେ ନାରୀ ଉପରେ ହେଉଥିବା ଅତ୍ୟାଚାରର କାରଣ ଆଉ ଜଣେ ନାରୀ ହୋଇଥାଏ।
ପିଠିରେ ବାନ୍ଧିଣ ନବ ସନ୍ତାନକୁ
ଯେବେ ରଣେ ପ୍ରବେଶ ହୋଇଲେ
ଫସଲ ପରିକା ଶତ୍ରୁ ଶିର କେତେ
କାଟି କାଟି ଚାଲିଗଲେ
ରଣେ ଲକ୍ଷ ଲକ୍ଷ ବୀରଙ୍କ ମଧ୍ୟରେ
ବିରଙ୍ଗନା ବୋଲାଇଲେ।
ମାଟିରୁ ମଙ୍ଗଳ ଦେଶରୁ ବିଦେଶ
ବିଖ୍ୟାତ ମୋ ଦେଶ ନାରୀ
ଚୁଲିରୁ ଦିଲ୍ଲୀକୁ ସମ୍ଭାଳନ୍ତି ସେ ଯେ
କିଏ ହେବ ତାଙ୍କ ପରି।
ଯେତେବେଳେ ପ୍ରତ୍ୟେକ ନାରୀ ପରସ୍ପରକୁ ସମ୍ମାନ ଦେବା ଶିଖିଯିବେ
ସେତେବେଳେ ହିଁ ନାରିଜାତିର ଉତ୍ଥାନ ସମ୍ଭବ।
ପୁରାଣରେ ନାରୀର ଲୁହ
ଗୋଟିଏ ସୁନାର ନଗରୀ କୁ ଧ୍ବଂସ କରିପାରିଥିଲା କ ଗୋଟିଏ ବିରାଟ ସାମ୍ରାଜ୍ୟକୁ ନିଶ୍ଚିନ୍ନ ମଧ୍ୟ କରିପାରିଥିଲା।
ନାରୀ ଆଖିରୁ ଲୁହ ଝରାଇବା ପୂର୍ବରୁ ଭାବିବା ଉଚିତ।