Bishu babu

12
Posts
3
Followers
0
Following

ବଡନୋକ ହୋଇ ବଂଚିବାକୁ ଇଛା 🌼

Share with friends
Earned badges
See all

ଯନ୍ତ୍ରପାତି ନିର୍ମାଣ ର ବୈଷୟିକ ବିଦ୍ୟା ଶିକ୍ଷା କରିବାକୁ ଯାଇ ଜାଣିପାରିଲି ନାହିଁ କେତେବେଳେ ପାଲଟିଗଲି ନିଜେ ଯନ୍ତ୍ରଚାଳିତ ମାନବ..... #ବୈଷୟିକ ବିଦ୍ୟା

ମୁଁ ତାଙ୍କ ଠାରୁ ଶିଖିଥିଲି "ଏକତା"। ସେ ମୋ ଠାରୁ କଣ ଶିଖିବାକୁ ଇଛୁକ ପଚାରିବାରୁ,ଉତ୍ତର ମିଳିଥିଲା "ଏକାର୍ଣ୍ଣବତୀ" #ଏକତା

ବିରହତା ର ପ୍ରେମ ରେ ସବୁଦିନ ତ କୁହୁଳିଛି, ତମେ ଆଜି ଖୁସି ରେ ଦୀପ ରେ ନିଆଁ ଲଗାଇବା ବେଳେ ଆସିକି ଟିକିଏ ନିଆଁ ଲଗେଇ ଦେଇ ଯିବ ତ.... #ପ୍ରଲୋଭନ

ଭାବନାର ହାଡ କୁ ରକ୍ତ, ମାଂସ ଦେଇ ଜୀବନ୍ତ କରିବାକୁ କେତେ କାହା ପାଖରେ ହାତ ପାତି ଅଲାଜୁକ ଙ୍କ ପରି ଦୟା ଦୃଷ୍ଟି ର ଭିକ ମାଗେ, ମୋ ନିଜ ଛଡା ଆଉ କିଏ ଏତେ ଭଲଭାବରେ ଜାଣିଛି ଯେ..... #ଦୟା

ଜୀବନ ର ଯାତ୍ରା ରେ ତୁମ ସହ ବିତେଇଥିବା ଏଣେତେଣେ ସ୍ମୃତି କୁ ସାଉଁଟି ସାଉଁଟି ଆରମ୍ଭ ଶେଷ ସଜେଇବାକୁ ବାହାରିଲାବେଳେ ସଦାବେଳେ ନିଜେ ହିଁ ଅସଜଡା ହେଇଯାଏ..... #ଯାତ୍ରା

ତମେ ଦେଇଥିବା ଚକୋଲେଟ୍ ଜରି କୁ ସାଇତି ରଖିବା ନିଶା ରେ କେତେବେଳେ ଦିନେ ମୁଁ ସଂଗ୍ରାହକ ହୋଇଗଲି ଯେ ଜାଣିପାରିଲିଣି ଆଉ**** #ସକରାତ୍ମକ

ଆଜି ଥୁଣ୍ଟା ବୋଲି ଦେଖିକି ମୁହଁ ମୋଡିକି ପଳଉଛ ନ ଆଉ... ଦେଖିବ ବସନ୍ତ ଆସିଲେ ତମେ ନିଶ୍ଚୟ ଥରେ ଫେରି ଅନେଇବ.... ମୁଁ ସେତେବେଳେ ପତ୍ରଭରା ହୋଇ ଖିଲିଖିଲି ହସୁଥିବି। #ଋତୁ

ତତଲା ପାଣି ରେ ଫୁଟୁଥିବା ଚାଉଳ କୁ ଗରମ ତେଲ ରେ ଛଣାଯାଉଥିବା ପୁରୀ ଯଦି ମୁକ୍ତି ପାଇବାକୁ ଅତ୍ୟଧିକ କଷ୍ଟ ଭୋଗୁଥିବା ର କାହାଣୀ କହି ଶୁଣାଏ। ତେବେ ଫୁଟୁଥିବା ଚାଉଳ ଖିଲିଖିଲି ନ ହସି କଣ କରିପାରିବ ଯେ ଆଉ??? #ଜୀବନ

ଡାଏରୀ ଭିତରେ ସାଇତା ହୋଇଥିବା ଶୁଖିଲା ଗୋଲାପ ଆଜି ବି ବହୁତ ପ୍ରଶ୍ନ ପଚାରେ ???? କିନ୍ତୁ ମୁଁ ତ ନିରୁତ୍ତର!!! ଆବାକ୍ ହୋଇ ଚାହିଁବା ଛଡା ମୁଁ ଆଉ କଣ କରିପାରିବି ଯେ??? ମୋ ପାଇଁ ଆସ ନ ପଛେ ସେଇ ଦେଇଥିବା ଗୋଲାପ କୁ ଉତ୍ତର ଦେବା ପାଇଁ ଥରେ ଆସ। #ଭଂଗା ହୃଦୟ


Feed

Library

Write

Notification
Profile