Anita Dash
Literary Brigadier
AUTHOR OF THE YEAR 2021 - NOMINEE

311
Posts
16
Followers
2
Following

Nurturing My Poetic dreams amidst the Corona Crisis for the first time.

Share with friends

ନଇତିକ ବଉଦ୍ଧିକ ଉନ୍ନତିରେ ସହାୟକ ତୁମେ ଗୁରୁ, ଚିର ୠଣୀ ମୁହିଁ, ଯେଣୁ ତୁମ ପାଇଁ ଜୀବନର ମାନ ଗରୁ। @ଅନୀତା

ଷୋଡଶ ସମ୍ଭାର ଉପଚାର ଦେଇ କର ଯେତେ ମୂର୍ତ୍ତି ପୂଜା, ମାତା ପିତା ଅବହେଳିତ ହୋଇଲେ ପୂଣ୍ୟ ହୋଇଥାଏ ଖୋଜା। @ଅନୀତା

ଆହେ ଶ୍ରେଷ୍ଠ ପୂତ କରି ପ୍ରାଣପାତ ରଖିଲ ମାଆର ଟେକ, ଆଜି କାରଗିଲ୍ ବିଜୟ ଦିବସେ ଘେନ ଭକ୍ତି ପ୍ରଣିପାତ। @ଅନୀତା

ବିଶ୍ୱାସ ଭରସା ସେନେହରେ ବନ୍ଧା ସଂପର୍କର ମଧୁରତା, ମଧୁରତା ସବୁ ତିକ୍ତ କରିଦିଏ ବିଶୁଆସ ଘାତକତା। @ଅନୀତା

ଅନୁଭୂତି ଆଣି ଜୀବନେ ଶିକ୍ଷା ତେଜେ ପରିପକ୍ୱ ଜ୍ଞାନ, ସେହି ଜ୍ଞାନ ଆମ ଭବିଷ୍ୟ ଜୀବନ ପଥ କରେ ପ୍ରଦର୍ଶନ। @ଅନୀତା

ପହିଲି ବରଷା ଧୂସର ଧରାକୁ ଧୀରେ ଧୀରେ ଯେବେ ଛୁଏଁ, ଭିଜା ମାଟି ବାସ ନିରସ ମନରେ ବଂଚିବା ପ୍ରେରଣା ଦିଏ। @ଅନୀତା

ଭଲ ବିହନରୁ ସୁସ୍ଥ ଗଛ ହୋଇ ଭଲ ଫୁଲ ଫଳ ଦିଏ, ଭଲ ଭାବନାରୁ ଭଲ କରମଟି ଜୀବନକୁ ମହକାଏ। @ଅନୀତା

ଭିନ୍ନ ନଦ ନଦୀ ଖୁସିରେ ସାଗରେ ରହନ୍ତି ମିଶି, ଭିନ୍ନ ଧର୍ମ ଜାତି ମିଳିମିଶି ହେଲେ ଭାରତ ବାସୀ। @ଅନୀତା

ଦୁର୍ଦ୍ଦିନବି ଦିନେ ଦୂର ହୋଇଯାଇ ସୁଦିନ ଆସିବ ଫେରି, ଅଧିର ନହୋଇ ହାସ୍ୟ ରସେ ଜୀଇଁ ଚାଲିଯା ଆଗକୁ ମାଡି। @ଅନୀତା


Feed

Library

Write

Notification
Profile