ନଇତିକ ବଉଦ୍ଧିକ ଉନ୍ନତିରେ
ସହାୟକ ତୁମେ ଗୁରୁ,
ଚିର ୠଣୀ ମୁହିଁ, ଯେଣୁ ତୁମ ପାଇଁ
ଜୀବନର ମାନ ଗରୁ।
@ଅନୀତା
ଷୋଡଶ ସମ୍ଭାର ଉପଚାର ଦେଇ
କର ଯେତେ ମୂର୍ତ୍ତି ପୂଜା,
ମାତା ପିତା ଅବହେଳିତ ହୋଇଲେ
ପୂଣ୍ୟ ହୋଇଥାଏ ଖୋଜା।
@ଅନୀତା
ଆହେ ଶ୍ରେଷ୍ଠ ପୂତ କରି ପ୍ରାଣପାତ
ରଖିଲ ମାଆର ଟେକ,
ଆଜି କାରଗିଲ୍ ବିଜୟ ଦିବସେ
ଘେନ ଭକ୍ତି ପ୍ରଣିପାତ।
@ଅନୀତା
ବିଶ୍ୱାସ ଭରସା ସେନେହରେ ବନ୍ଧା
ସଂପର୍କର ମଧୁରତା,
ମଧୁରତା ସବୁ ତିକ୍ତ କରିଦିଏ
ବିଶୁଆସ ଘାତକତା।
@ଅନୀତା
ଅନୁଭୂତି ଆଣି ଜୀବନେ ଶିକ୍ଷା
ତେଜେ ପରିପକ୍ୱ ଜ୍ଞାନ,
ସେହି ଜ୍ଞାନ ଆମ ଭବିଷ୍ୟ ଜୀବନ
ପଥ କରେ ପ୍ରଦର୍ଶନ।
@ଅନୀତା
ପହିଲି ବରଷା ଧୂସର ଧରାକୁ
ଧୀରେ ଧୀରେ ଯେବେ ଛୁଏଁ,
ଭିଜା ମାଟି ବାସ ନିରସ ମନରେ
ବଂଚିବା ପ୍ରେରଣା ଦିଏ।
@ଅନୀତା
ଭଲ ବିହନରୁ ସୁସ୍ଥ ଗଛ ହୋଇ
ଭଲ ଫୁଲ ଫଳ ଦିଏ,
ଭଲ ଭାବନାରୁ ଭଲ କରମଟି
ଜୀବନକୁ ମହକାଏ।
@ଅନୀତା
ଭିନ୍ନ ନଦ ନଦୀ
ଖୁସିରେ ସାଗରେ ରହନ୍ତି ମିଶି,
ଭିନ୍ନ ଧର୍ମ ଜାତି ମିଳିମିଶି
ହେଲେ ଭାରତ ବାସୀ।
@ଅନୀତା
ଦୁର୍ଦ୍ଦିନବି ଦିନେ ଦୂର ହୋଇଯାଇ
ସୁଦିନ ଆସିବ ଫେରି,
ଅଧିର ନହୋଇ ହାସ୍ୟ ରସେ ଜୀଇଁ
ଚାଲିଯା ଆଗକୁ ମାଡି।
@ଅନୀତା