ସେ ସୀମାହୀନ ସମୁଦ୍ରର
ଲହରୀ
ମୁଁ ନିରୂପାୟ ଶୁଷ୍କ ବାଲିଚର!
ସେ ଏକ ଅବ୍ୟାପ୍ତ ପରିଧିର ସୀମାହୀନ ମରୀଚିକା
ମୁଁ ଏକ ପିପାସାରତ କ୍ଷଣ ଭଙ୍ଗୁର ଅଦିନିଆ ବଜ୍ରକାପ୍ତା।
ସେ ଏକ ଅବ୍ୟାପ୍ତ ପରିଧିର ସୀମାହୀନ ମରୀଚିକା
ମୁଁ ଏକ ପିପାସାରତ କ୍ଷଣ ଭଙ୍ଗୁର ଅଦିନିଆ ବଜ୍ରକାପ୍ତା।
କିଏ କାମନା କରୁଛି ଦୀର୍ଘାୟୁ ହେବାକୁ ତ ପୁଣି କିଏ କହୁଛି ଅଳ୍ପାୟୁ ହେବାକୁ କିନ୍ତୁ ଏଠି ଆୟୁଷ ସବୁ ଜଳି ଜଳି ଯାଉଛି ସମୟ ଚକରେ ସିଗାରେଟ୍ ପରି।
ତମ ପାଇଁ ଏଇ ଗାଢ଼ ରାତି ସ୍ଵପ୍ନର ରାତି ହେଇପାରେ ହେଲେ ମୋ ପାଇଁ ଏକ ନିଦ୍ରାହୀନ ରାତି!
ପ୍ରଭାସ
ଭୁଲିବାର ବେଳ କାହିଁ
କେବେ କେମିତି କହିଦିଏ ସିନା
ଭୁଲିଗଲି ବୋଲି
କିନ୍ତୁ ସବୁ ଗୋଟେ ବାହାନା !
ପ୍ରଭାସ
ତୁମ ଆଗରେ ସବୁଦିନ ପାଇଁ
ଆତ୍ମସମର୍ପଣ କଲାପରେ
ମୋତେ ଲାଗେ
କେବଳ ପୁନର୍ଜନ୍ମର ହିଁ ଆବଶ୍ୟକ।ଏଥର ହରେଇବାର ଯନ୍ତ୍ରଣା ଆରଥରକୁ ପାଇବାର କାମନା।
"ଯଦି ତମକୁ ପ୍ରୋମିଜ୍ ଅର୍ଥ ଜଣା
ତେବେ ବିଚ୍ଛେଦ କାହିଁକି ।"
"ଏ ରାତି ଲାଗେ କାକର କାକର
ତମେ କିନ୍ତୁ ଅନୁମାନ କରୁଚ ଦେହରେ ଖଇଫୁଟା ଜର।
ସବୁ ଆଡେ ତ ଶୂନଶାନ
ନାହିଁ ଚୋର କି ତସ୍କର
ପୁଣି ତମେ କହୁଚ ଧର ଧର।"
ପ୍ରଭାସ