କର୍ମେ ମନୁଷ୍ଯର ଥାଏ ଅଧିକାର ଫଳେ ଆଶା ଅନୁଚିତ ।
କର୍ମାନୁସାରେ ଫଳ ଦିଅନ୍ତି ଈଶ୍ୱର ଏହା ଶାସ୍ତ୍ରାନୁମୋଦିତ ।।
"ସତ୍ୟ"
ସତ୍ଯର ପଥଟି ଅଟେ କଣ୍ଟକିତ,ଚାଲିବା ଅତି କଠିନ ।
ଦୁଃସାଧ୍ୟ ପଥକୁ ନେଲେ ଆପଣେଇ,ସାର୍ଥକ ହୁଏ ଜୀବନ ।।
ମହାଭାରତର କର୍ଣ୍ଣ ଥିଲେ ମହାବୀର ,
ତାହାଙ୍କ ଅକାଟ୍ୟ ଯୁକ୍ତି ହୋଇଛି ଅମର ।
ଉଚ୍ଚ କୁଳେ ଜନ୍ମ ହେବା ଦୈବର ଅଧୀନ ,
ପୁରୁଷତ୍ବ ପଣ କିନ୍ତୁ ଅଟେ ମଦାଧୀନ ।।
ମହାଭାରତର କର୍ଣ୍ଣ ଥିଲେ ମହାବୀର ,
ତାହାଙ୍କ ଅକାଟ୍ୟ ଯୁକ୍ତି ହୋଇଛି ଅମର ।
ଉଚ୍ଚ କୁଳେ ଜନ୍ମ ହେବା ଦୈବର ଅଧୀନ ,
ପୁରୁଷତ୍ବ ପଣ କିନ୍ତୁ ଅଟେ ମଦାଧୀନ ।।
ବିଦ୍ଯା ଦିଏ ମନୁଷ୍ୟକୁ ବିନୟ ଭୂଷଣ,
ବିନୟୀ ଗୁଣରୁ ବ୍ୟକ୍ତି ହୁଅଇ ମହାନ ।
ମହାନତା ଗୁଣେ ନର ପାଇଥାଏ ଧନ,
ଧନରୁ ଯେ ଧର୍ମ,ଧର୍ମୁ ସୁଖପ୍ରାପ୍ତି ଜାଣ ।।
A poet can reach
a place where even the Sun can not reach,
Prabodha
ଅଢ଼େଇ ଦିନର ବନ୍ଧୁ ଆମେ ଭାଇ
ଆସିଛୁ ହୋଇ ଅତିଥି ।
ବୃଥା-ଅଭିମାନ-ଅହଂକା କରି
କି ଯଶ ପାଇବା ସାଥି ।।
ସୁଖ-ଦୁଃଖ କେହି ନ ଦିଏ କାହାକୁ
ବୃଥା ଦୋଷେ ନିନ୍ଦୁ ପର ।
ବୃଥାଭିମାନେ ସବୁ କରେ ମୁହିଁ
କର୍ମସୂତ୍ରେ ଵନ୍ଧା ନର ।।
ଅଢ଼େଇ ଦିନର ବନ୍ଧୁ ଆମେ ଭାଇ
ଆସିଛୁ ହୋଇ ଅତିଥି ।
ବୃଥା-ଅଭିମାନ-ଅହଂକା କରି
କି ଯଶ ପାଇବା ସାଥି ।।