ଶୀତର ଜାଡରେ ବାର୍ଦ୍ଧକ୍ୟ ଥରୁଛି
ଯୌବନ ହସୁଛି ଗର୍ବେ
ସବୁ ପରା ଏକା ବାଟର ବାଟୋଇ
ଗର୍ବ ନ ରହିବ କେବେ।
ପ୍ରତ୍ୟେକ ମଣିଷ ତ ଅଚିହ୍ନା ହିଁ ଥାଆନ୍ତି
ପ୍ରଥମ ଦେଖାରେ।
କିନ୍ତୁ ଏଇଟା ବୋଧେ ଅତୀତର ପ୍ରଭାବ
ଯାହା ଦ୍ୱାରା ଆଜିବି ,
କାହା ଉପରେ ଭରସା କରିବାକୁ
ଏ ମନ ଭାରି ଡ଼ରେ।
ପ୍ରତ୍ୟେକ ମଣିଷ ତ ଅଚିହ୍ନା ହିଁ ଥାଆନ୍ତି
ପ୍ରଥମ ଦେଖାରେ।
କିନ୍ତୁ ଏଇଟା ବୋଧେ ଅତୀତର ପ୍ରଭାବ
ଯାହା ଦ୍ୱାରା ଆଜିବି ,
କାହା ଉପରେ ଭରସା କରିବାକୁ
ଏ ମନ ଭାରି ଡ଼ରେ।
ଏ ରୂପ ଯୌବନ ଅଟେ ଦୁଇ ଦିନ
ନୁହେଁ ଚିରକାଳ ସ୍ଥାୟୀ
ସଂସାରେ ଅମର ଲଭିବୁ ଯେବେତୁ
ସୁକର୍ମ କରିଯା ତୁହି ।
ମାଟିର ଚାଦର ଘୋଡି ହୋଇ ଯେବେ ଶୋଇଯିବି ଦିନେ ମୁହିଁ
ଆପଣା ଲୋକ ହିଁ ଭୁଲିଯିବେ ଏଠି ଆଖି ଲୁହ ପୋଛିଦେେଇ ।
ପ୍ରତ୍ୟେକ ରାତିରେ ସୂର୍ଯ୍ୟ ଶେଷ ନିଃଶ୍ବାସ ତ୍ୟାଗ କରେ ..
କେବଳ ଜହ୍ନ କୁ ଜୀବନ୍ୟାସ ଦେବା ପାଇଁ,ଜହ୍ନର ନିଃଶ୍ବାସ ପାଇଁ ।
ନାହିଁ ଆଉ ପ୍ରେମଭରା ଶବ୍ଦର ସମ୍ଭାର,
ନାହିଁ ଆଉ ସେ ଉତ୍କଣ୍ଠା ଚିଠି ଆସିବାର
ଆଧୁନିକ ଯନ୍ତ୍ର ଯୁଗେ,ସବୁ ଯନ୍ତ୍ର ପାଲଟିଛି,
ଭଗ୍ନ ସ୍ତୁପ ସମ ଚିଠି ପ୍ରଳାପ କରୁଛି।
Charubala Padhi ✍️