@pravasini-senapati

Pravasini Senapati
Literary Colonel
52
Posts
3
Followers
1
Following

The secret of good writing is telling the truth.❤️❤️❤️❤️❤️❤️

Share with friends
Earned badges
See all

ଭୁଲ କଥାକୁ ସମର୍ଥନ କରି ସମସ୍ତଙ୍କ ପ୍ରିୟ ହେବା ଅପେକ୍ଷା ଠିକ୍ କଥାକୁ ସମର୍ଥନ କରି ଏକୁଟିଆ ରହିବା ଭଲ । ପ୍ରଭାସିନୀ ସେନାପତି

ଖୁସି ସବୁବେଳେ ନିଜର ଲୋକଙ୍କଠାରୁ ମିଳିନଥାଏ କିନ୍ତୁ ଦୁଃଖ ସବୁବେଳେ ନିଜ ଲୋକଙ୍କ ଠାରୁ ହିଁ ମିଳିଥାଏ । ପ୍ରଭାସିନୀ ସେନାପତି

ଏ ଦୁନିଆରେ କେହି ବି କାହାର ନୁହେଁ । ଶବକୁ ଶ୍ମଶାନ ରେ ରଖି ନିଜ ଲୋକମାନେ ପରସ୍ପର ଭିତରେ କଥା ହୁଅନ୍ତି 'ଏଠି ଆଉ କେତେ ସମୟ ଲାଗିବ କେଜାଣି?' ଏହା ହିଁ ଆମ ଜୀବନର ଅନ୍ଧ ବାସ୍ତବତା । ପ୍ରଭାସିନୀ ସେନାପତି

ସମୁଦ୍ରରେ ଯେତେ ଚିନି ଢାଳିଦିଅ ସମୁଦ୍ର ପାଣି କେବେ ମିଠା ହେବନି ସ୍ୱାର୍ଥୀ ଲୋକଠାରେ ତୁମେ ଯେତେ ସ୍ନେହ, ଶ୍ରଦ୍ଧା ଢାଳିଦିଅ ସେ ହୃଦୟରୁ କେବେ ନିଜର ହେବନି । pravasini senapati

ଚମକୁଛ ତୁମେ ମଥାରେ ମୋହର ସାଜି ମୋର ଅଭିମାନ ତା ପ୍ରତିବଦଳେ ଦେଇଛି ହୃଦୟ ମାଗିଲେ ଦେବି ଜୀବନ । pravasini senapati

ମାଆ ଠୁ ଅଧିକ ସେନେହ କି ସତେ ଆଉ କେ ପାରିବ କରି ଯିଏ ବି କରିବ ଲୋକ ଦେଖାଣିଆ ହୃଦୟରେ ସ୍ୱାର୍ଥ ଭରି । pravasini senapati

ପତ୍ରଝଡା ନଦେବା ଯାଏ ଗଛରେ ନୂଆ ପତ୍ର ସୃଷ୍ଟି ହୁଏନାହିଁ । ସେମିତି ଜୀବନରେ ସଂଘର୍ଷ କରି ନପାରିଲେ ଭଲ ଦିନ କେବେ ଦେଖିପାରିବେନି ।

ପତ୍ରଝଡା ନଦେବା ଯାଏ ଗଛରେ ନୂଆ ପତ୍ର ସୃଷ୍ଟି ହୁଏନାହିଁ । ସେମିତି ଜୀବନରେ ସଂଘର୍ଷ କରି ନପାରିଲେ ଭଲ ଦିନ କେବେ ଦେଖିପାରିବେନି ।

ଦୁନିଆ କୁ ଦେଖାଇବା ପାଇଁ ଓଠରେ ଥିବା କୃତ୍ରିମ ହସ ତଳେ ଲୁଚିଥିବା ଦରଜ କୁ କିଏ ସିନା ବୁଝିପାରେନା । ଜଣେ ମାଆ ପାଖରେ କିନ୍ତୁ ସେ ହସ ଧରାପଡିଯାଏ ଅତି ସହଜରେ ।pravasini senapati


Feed

Library

Write

Notification
Profile