ବିଶ୍ୱାସ କରିବା ଯାହାକୁ ବିଷ ମିଳିଥାଏ ତାହାଠୁ।
ଆଖି କୁ ଆଜି ଲୁହ ରାଣ ଦେଇଛି ନିଦ ଆସିବାକୁ ବାରଣ କରିଛି ।
ମୋର ଏତେ ବଡ଼ ସୌଭାଗ୍ୟ ବା କାହିଁ ଯେ ମୃତ୍ୟୁ ମୋତେ ଆଲିଙ୍ଗନ କରିବ ।
ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ହୁଏ, ଅବିରତେ, ଅବିଶ୍ରାନ୍ତେ ।
ଆପଣା କଷ୍ଟ କେହି ବାଣ୍ଟିପାରିବେନି ।
କିଛି ଲୋକ ଏମିତି ଥାଆନ୍ତି ତାଙ୍କ ପାଇଁ ଯେତେ କଲେ ବି ସେମାନେ କେବେ ବି ସନ୍ତୁଷ୍ଟ ହୁଅନ୍ତି ନାହିଁ।
ଜୀବନ ଶିଖେଇ ଦେଇଛି ବିଶ୍ୱାସ କରିବା ଭୁଲି ମୁଁ ଯାଇଛି ।
କୋହ କୁ ଛାତି ତଳେ ଚାପି ରଖି ରଖି ନିଜେ ମୁଁ ପଥର ପାଲଟି ଯାଇଛି।
ମଥାପାତି ଯନ୍ତ୍ରଣା ସହୁଥିବା ମଣିଷ ଟି ହିଁ ବେଶୀ ଯନ୍ତ୍ରଣା ପାଏ ।