କାଲି ଯେବେ ଦେଖା ହେଇଥିଲା ଆମ
ତୁମେ ଦେଇଥିଲ ହସି,
ଆଜି ଦେଖି ମୁହଁ ମୋଡୁଛ କିପାଇଁ
ମୁଁ କଣ ହେଲି କି ବାସି।
ବାହାଘର ଆମ ମାସେ ନ ପୁରୁଣୁ
ଚାଲିଗଲ ବିଦେଶକୁ,
ବିତିଯାଏ ଦିନ ବିତିଯାଏ ରାତି
ଝୁରି ହୁଏ ମୁଁ ତୁମକୁ।
କେତେ ପ୍ରତିଶ୍ରୁତି ଦେଇଥିଲ ପ୍ରିୟ
ଭାବିଥିଲି ସତ ବୋଲି,
ମିଛ ଥିଲା ସବୁ କହିଥିଲ ଯାହା
ଆଜି ମୁଁ ଜାଣି ପାରିଲି।
ସମୟର ଗତି ରୋକି ପାରିବନି
ଅବିରତ ଧାରା ସିଏ,
ମନର ଗତିକୁ ରୋକି ତ ପାରିବ
ନିଜ ଆୟତରେ ଥାଏ।