ଅମର ସେ ପ୍ରେମ କାହାଣୀ
କୃଷ୍ଣ ପାଶେ ରାଧାରାଣୀ,
ଅନାସକ୍ତ ପ୍ରେମ ଅଟେ ଅନନ୍ତ
ପବିତ୍ର ଏ କର୍ଣ୍ଣ ଶୁଣି।
ଅଗାଧୁଆ ହେଇ ରୁହ ନାହିଁ କେହି
ଶୀତ ହେଲେ ଗରମ ପାଣି,
ସ୍ନାନ କଲେ ରୋଗ ମାଡିବନି ପାଖ
ଏକଥା ରଖିଥା ଜାଣି।
ଜୀବନକୁ ମୋର କଲ ଅନ୍ଧକାର
ଭରିଦେଲ କାହିଁ ବିଷ,
କି ଦୋଷ ତୁମର କରିଥିଲି କୁହ
ଭାଙ୍ଗିଲ ମୋ ବିଶ୍ବାସ।
ତୁମେ ପୂର୍ଣ୍ଣମୀ ରାତିର ଜହ୍ନ
ମୁଁ ଯେ ଚହଲା ପାଣିର କଇଁ,
ଜାଣିଛି ମିଳନ ଅସମ୍ଭବ ମୁଁ
ରହିଛି ତଥାପି ଚାହିଁ।
କହି କେ ପାରିବ କାହାଣୀ କବିର
ଚିହ୍ନି କି ପାରିବ ହସ ଲୁହ ତା'ର,
ଲୁହର ବିନ୍ଦୁକୁ ସଜେଇ ଯେ ରଚେ
କବିତାର ଅପୂର୍ବ ସେ କଳେବର।
ଅମା ଅନ୍ଧକାରେ ଫୁଟେଇ ପାରେ ସେ
ଆଲୋକର ପୁଷ୍ପରେଣୁ,
ବିନା ବାଉଁଶରେ ବଜାଏ ତ କବି
ଅଦୃଶ୍ୟ ହସ୍ତେ ବେଣୁ।
ତୁମେ ଗଲାପରେ ଆସିବେନି ପ୍ରିୟା
ଏ ଜୀବନେ ଆଉ କେହି,
ତୁମ ସ୍ମୃତି ନେଇ ବଞ୍ଚିଯିବି ମୁହିଁ
ଯେତେ ଦିନ ଥିବି ରହି।
କାଲି ଯେବେ ଦେଖା ହେଇଥିଲା ଆମ
ତୁମେ ଦେଇଥିଲ ହସି,
ଆଜି ଦେଖି ମୁହଁ ମୋଡୁଛ କିପାଇଁ
ମୁଁ କଣ ହେଲି କି ବାସି।
ବାହାଘର ଆମ ମାସେ ନ ପୁରୁଣୁ
ଚାଲିଗଲ ବିଦେଶକୁ,
ବିତିଯାଏ ଦିନ ବିତିଯାଏ ରାତି
ଝୁରି ହୁଏ ମୁଁ ତୁମକୁ।