Madhusmita Prusty
Literary Brigadier
AUTHOR OF THE YEAR 2021 - NOMINEE

138
Posts
11
Followers
8
Following

ନିଜ ମାତୃଭାଷାର ସମ୍ମାନ କରିବା ପ୍ରତ୍ୟେକଙ୍କର ଦାୟିତ୍ୱ... ଜୟ ମାତୃଭୂମି... ଜୟ ଜଗନ୍ନାଥ 🙏🏻🙏🏻

Share with friends
Earned badges
See all

ଜୀବନର ରାସ୍ତା ଉଠାଣି ଗଡ଼ାଣି ଖାଲଖମା ପରିପୂର୍ଣ୍ଣ, ସବୁ ଡେଇଁ ଯିଏ ଆଗକୁ ବଢିଲା ସିଏ ହେଲା ଯେ ଉତୀର୍ଣ୍ଣ | ମଧୁସ୍ମିତା

ଦୁନିଆଁଟା ଏବେ ଏତେ ସ୍ୱାର୍ଥପର ବିଶ୍ୱାସର ନାହିଁ ସ୍ଥାନ, ଉପକାର ତୁମେ ଯାହାପାଇଁ କର ସେହି କାଟିନେବ କାନ, ବୁଦ୍ଧିଯେ ହେଲାଣି ବାମ ହାତେ ମାପି ବାଟ ଚାଖଣ୍ଡେ ଚାଲୁଥା ରହିଥାଅ ସାବଧାନ | ମଧୁସ୍ମିତା

ବିଶ୍ୱାସର ସହ ଯାହା ଆଗେ ତୁମେ ମନକଥା ଦେବ ଖୋଲି, ସେହି ଦେଖାଇବ ତା ଅସଲ ରୂପ ବିପଦକୁ ଦେବ ଠେଲି, ଦୁଃଖ ଯିବ ସିନା ବଢ଼ି କେହି ନୁହେଁ ଏଠି ଏତେବି ନିଜର ପାଷାଣ ହୃଦୟ ଖାଲି | ମଧୁସ୍ମିତା

ଜୀବନର ପଥ ଅଛି ଯେ ଉନ୍ମୁକ୍ତ ଚାଲୁଥାଅ ଧର୍ଯ୍ୟ ଧରି, ସଫଳତା ଦିନେ ଚରଣ ଛୁଇଁବ ସାହା ହେବେ ନିଶ୍ଚେ ହରି | ମଧୁସ୍ମିତା

ଦୁନିଆଁ ଦାଣ୍ଡରେ ଭିକାରୀ ସଜେଇ ପାଉଅଛ କେତେ ଖୁସି, ଜୀବନ ଯନ୍ତ୍ରଣା କର୍ମର ପାଉଣା ସହିଯାଏ ହସିହସି | ମଧୁସ୍ମିତା

କେଉଁ କର୍ମ ଦୋଷେ ହତଭାଗ୍ୟ କଲୁ କହରେ କାଳିଆ ବାରେ, ମୋର ପାପ ପୁଣ୍ୟ ହିସାବ ନିକାସ କରିଦେରେ ଆଉଥରେ | ମଧୁସ୍ମିତା

ହୃଦୟ ଅଗଣା ଖାଲି କରିଦେଇ କେଉଁଆଡେ ଗଲ ଚାଲି, ବିଦଗ୍ଧ ପରାଣ ଜର୍ଜରିତ ଆଜି ଭାବରୁ ବଂଚିତ ବୋଲି | ମଧୁସ୍ମିତା

ଦାତାପଣେ ତୁମେ ମହାଦାନୀ ପ୍ରଭୁ ଭିକାରୀ ମୁଁ ଆଜୀବନ, ସେତିକି ପାଇଛି କର୍ମଫଳେ ମୋର ଯେତିକି ଅର୍ଜିଛି ପୁଣ୍ୟ | ମଧୁସ୍ମିତା

ଭକତ ଗହଳି ଅଡୁଆ କି ହେଲା ପହଡ଼ ଦେଲ ପକାଇ, ଆକୁଳ ପ୍ରାର୍ଥନା ଶୁଣ ଭକତର ମାନ ଫେଡ଼ ଭାବଗ୍ରାହୀ | ମଧୁସ୍ମିତା


Feed

Library

Write

Notification
Profile