"ମାଟି ମୋର ମାଆ ମାଟି ମୋର ସାହା
ମାଟି ରୁ ଗଢା ଜୀବନ
ମାଟିର ପରଶେ ଅପୂର୍ବ ପ୍ରଶାନ୍ତି
ପୁଲକିତ ହୁଏ ପ୍ରାଣ।"
"ମାଟି ମୋର ମାଆ ମାଟି ମୋର ସାହା
ମାଟି ରୁ ଗଢା ଜୀବନ
ମାଟିର ପରଶେ ଅପୂର୍ବ ପ୍ରଶାନ୍ତି
ପୁଲକିତ ହୁଏ ପ୍ରାଣ।"
"ମାଟି ମୋର ମାଆ ମାଟି ମୋର ସାହା
ମାଟି ରୁ ଗଢା ଜୀବନ
ମାଟିର ପରଶେ ଅପୂର୍ବ ପ୍ରଶାନ୍ତି
ପୁଲକିତ ହୁଏ ପ୍ରାଣ।"
🌞🌷🌼🌸⛅🌈🌿
ତୁମେ ସକାଳର ସ୍ନିଗ୍ଧ ଅନୁଭୂତି
ପ୍ରଦୋଷର ଭକ୍ତି ଆଳୟ
ତୁମରି ଇଛାରେ ସୃଷ୍ଟି ର ସୃଜନା
ତୁମଠାରେ ପୁଣି ବିଲୟ।
ହେ ପ୍ରଭୁ କରୁଣାମୟ
ତୁମରି ପରଶେ ପୂତ ହେଉ ପ୍ରାଣ
ତୁମ ପାଦେ ରହୁ ଲୟ।
"ତୁମେ ସର୍ବଂସହା ଜନନୀ ମୋହର
ତୁମେ ହିଁ ଅନ୍ନଦାତ୍ରୀ
ତୁମ କୋଳେ ଚିର ଶାନ୍ତି ପ୍ରଦାୟିନୀ
ହେ ମୋର ମାତା ଧରିତ୍ରୀ।"
"ତୁମେ ସର୍ବଂସହା ଜନନୀ ମୋହର
ତୁମେ ହିଁ ଅନ୍ନଦାତ୍ରୀ
ତୁମ କୋଳେ ଚିର ଶାନ୍ତି ପ୍ରଦାୟିନୀ
ହେ ମୋର ମାତା ଧରିତ୍ରୀ।"
ଅଫେରା ରାଇଜ ନାମ ତା'ର ମୃତ୍ୟୁ
ଗଲା ଯେ ନ ଫେରେ ଆଉ
ରାଜା ପ୍ରଜା ସେଠି ସଭିଏଁ ସମାନ
ନ ଚଳେ କାହାର ଭାଉ
କାହିଁ ପାଇଁ ଏତେ ମନେ ଅହଙ୍କାର
କିବା ଏଠି ଭାବୁ ତୋର।
ପିଣ୍ଡୁ ଯେବେ ପ୍ରାଣ ଛାଡିଯାଏ ବନ୍ଧୁ
ଦୁନିଆଟା ହୁଏ ପର।
ଆଉ କିବା ଅଟେ ଛାର...୨
କି ଧନ କି ପୁତ୍ର ଜୀବନ ନଥିଲେ
ଶରୀର ହୁଏ ବେକାର।
...ଚିନ୍ମୟୀ ସାହୁ।
"ସର୍ବ ଅବଶୋଷ,ହୋଇଯାଏ ଶେଷ
ପର୍କୃତି ସୁଷମା ଦେଖି ମନଟି ତୋଷ।"
.....ଚିନ୍ମୟୀ ସାହୁ